ଶେଷଥର ପାଇଁ ୧୯୦୦ ମସିହାରେ ଅନୁଷ୍ଠିତ ଅଲିମ୍ପିକରେ କ୍ରିକେଟ୍ ଦେଖିବାକୁ ମିଳିଥିଲା । ଆଗାମୀ ୨୦୨୮ ଅଲିମ୍ପିକରେ ପ୍ରବେଶ କରିବାକୁ ଯାଉଛି କ୍ରିକେଟ୍ । ଦୀର୍ଘ ୧୨୮ ବର୍ଷ ପରେ କ୍ରିକେଟ୍କୁ ଅଲିମ୍ପିକ୍ ଅନ୍ତର୍ଭୁକ୍ତ କରାଯାଇଥିବାରୁ ପ୍ରଶଂସକଙ୍କ ମନରେ ଉତ୍କଣ୍ଠାର ସୀମା ନାହିଁ ।
୨୦୨୮ ଜୁଲାଇ ୧୨ ତାରିଖରେ ଲସ୍ ଏଞ୍ଜେଲସ ନିକଟରୁ ପ୍ରାୟ ୫୦ କିମି ଦୂର ପାମୋନାସ୍ଥିତ ଫେୟାର ଗ୍ରାଉଣ୍ଡ ଷ୍ଟାଡିୟମରେ କ୍ରିକେଟ୍ ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ମହିଳା କ୍ରିକେଟ୍ ଟୁର୍ଣ୍ଣାମେଂଟର ଫାଇନାଲ ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବ । ଜୁଲାଇ ୨୯ ତାରିଖ ଦିନ ପୁରୁଷ କ୍ରିକେଟ୍ ଫାଇନାଲ ଖେଳାଯିବ ।
ଉଭୟ ପୁରୁଷ ଓ ମହିଳା ଟୁର୍ଣ୍ଣାମେଂଟରେ ୬ଟି ଲେଖାଏଁ ଟିମ୍ ଖେଳିବ । ପ୍ରାୟ ୧୮୦ ଜଣ କ୍ରିକେଟରଙ୍କୁ ମଇଦାନରେ ଦେଖିବାକୁ ମିଳିବ । ଅଲିମ୍ପିକରେ କ୍ରିକେଟ୍କୁ ସାମିଲ କରିବା ପଛରେ ଯୁକ୍ତରାଷ୍ଟ୍ର ଆମେରିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି ।