ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ଶନିଦଶା ପଡ଼ିଛି । ମଙ୍ଗଳବାର ଦିନ ହଂକଂରୁ ଆସୁଥିବା ଏୟାର ଇଣ୍ଡିଆ ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନଘାଟିରେ ଅବତରଣ କରିଥିଲା । ଅବତରଣ କରିବାର କିଛି ସେକେଣ୍ଡ ପରେ ସେଥିରେ ନିଆଁ ଲାଗି ଯାଇଥିଲା ।
ନିଆଁ ଉପରେ ଦୃଷ୍ଟି ପଡ଼ିବା ମାତ୍ରେ ଯାତ୍ରୀମାନେ ହଡ଼ବଡ଼େଇ ଯାଇଥିଲେ । ପାଇଲଟ୍ ଓ ବିମାନ ଘାଟିର ଅନ୍ୟ କର୍ମଚାରୀମାନେ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ । ବିମାନ ଭିତରୁ ସବୁ ଯାତ୍ରୀ ଓ କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ପଦାକୁ ଅଣା ଯାଇଥିଲା ।