ବୁଧବାର ଦିନ ସାରା ଓଡ଼ିଶା ଭିଜିବ

ବଙ୍ଗୋପ ସାଗର ଉପରେ ଲଘୁଚାପ କାରଣରୁ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା କରିଛି ଆଲିପୁର ପାଣିପାଗ କାର୍ଯ୍ୟାଳୟ । ପଶ୍ଚିମବଙ୍ଗର ଦକ୍ଷିଣାଂଚଳରେ ଅବସ୍ଥିତ ଆଠୋଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଇଛି । ତେବେ ବୁଧବାର ଦିନ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ହୁଗୁଳି, ଉତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ପୂର୍ବ ବର୍ଦ୍ଧମାନ, ପଶ୍ଚିମ ବର୍ଦ୍ଧମାନ, ବୀରଭୂମ, ମୁର୍ଶିଦାବାଦ ଓ ନଦିୟାରେ ଆହୁରି ୩/୪ ଦିନ ଧରି ବର୍ଷା ହେବ । ବୁଧବାର ଦିନ କୋଲକାତାରେ ଘଂଟାକୁ ୪୦ କିମି ବେଗରେ କାଲୁଆ ପବନ ବହିବ ଓ ପ୍ରବଳ ବର୍ଷା ହେବ । ବଙ୍ଗୋପ ସାଗର ଉପରେ ଖେଳୁଥିବା ମୌସୁମୀ ବାୟୁ ଉତର-ପଶ୍ଚିମ ମଧ୍ୟପ୍ରଦେଶର ଶ୍ରୀଗଙ୍ଗାନଗର, ଝୁନଝୁନୁ ଅଂଚଳ ଓ ପୂର୍ବ ରାଜସ୍ଥାନ, ପାନ୍ନା, ଦଲତଗଞ୍ଜ, ପୁରୁଲିଆ ଅଂଚଳ ଦେଇ ପ୍ରବାହିତ ହେବ ।