ବିବାଦରେ ଅନିରୁଦ୍ଧାଚାର୍ଯ୍ୟ ମହାରାଜ: କୁମାରୀତ୍ୱ ହରାଇବା ପରେ ବାହା ହେଉଛନ୍ତି ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ରହୁଥିବା ଯୁବତୀ

ଆଧୁନିକ ଭାରତୀୟ ସମାଜ ଲିଭ୍‌-ଇନ୍‌-ରିଲେସନ୍‌ସିପ୍ ସଂପର୍କକୁ ସହଜରେ ଗ୍ରହଣ କରିପାରିନି । ଭାରତର ସୁପ୍ରିମକୋର୍ଟ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌କୁ ଅନୁମତି ଦେଇସାରିଛି । କିନ୍ତୁ ରକ୍ଷଣଶୀଳ ଭାରତୀୟ ସମାଜ ସେଭଳି ସଂପର୍କକୁ ଆଖିବୁଜି ଗ୍ରହଣ କରିପାରିନି । ଆଧ୍ୟାତ୍ମିକ ଚେତନାକୁ ରୁଦ୍ଧିମନ୍ତ କରୁଥିବା ଆଚାର୍ଯ୍ୟ ସମାଜ ଲିଭ୍‌-ଇନ୍‌-ରିଲେସନ୍‌ସିପ୍ ସଂପର୍କକୁ ଭାରତୀୟ ସାମାଜିକ ପରମ୍ପରା ପ୍ରତି ମହାବିପଦ ବୋଲି ଅଭିଯୋଗ କରୁଛନ୍ତି ।

ଆଧୁନିକ ସମାଜ ପୁରୁଣାକାଳିଆ ସାମାଜିକ ଚିନ୍ତାଧାରାକୁ ଜାବୁଡ଼ି ଧରିଥିବା ମଠାଧୀଶ, ମହନ୍ତ ଓ ଆଚାର୍ଯ୍ୟ ସମାଜକୁ ଭଣ୍ଡ ସମାଜ କହି ବିଦ୍ରୁପ କରୁଛି ।

ଏହି ପରିପ୍ରେକ୍ଷୀରେ ସମାଲୋଚିତ ହୋଇଛନ୍ତି ଅନିରୁଦ୍ଧାଚାର୍ଯ୍ୟ ମହାରାଜ । ୟୁଟୁବ୍ ଚାନେଲରେ ଲୋକପ୍ରିୟତା ହାସଲ କରିଥିବା ଆଚାର୍ଯ୍ୟଙ୍କ ଭିତରେ ଅନିରୁଦ୍ଧାଚାର୍ଯ୍ୟ ମହାରାଜ ଜଣେ । ତାଙ୍କର ଆଉ ଗୋଟିଏ ନାମ ହେଲେ ପୁକି ବାବା । ବଲିଉଡ୍ ଅଭିନେତ୍ରୀ ଦିଶା ପଟନୀଙ୍କ ଭଉଣୀ ଖୁସ୍‌ବୁ ପଟନୀ ଅନିରୁଦ୍ଧାଚାର୍ଯ୍ୟ ମହାରାଜଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । କଥା କ’ଣ ବୁଝିଲା ବେଳକୁ ଅନିରୁଦ୍ଧାଚାର୍ଯ୍ୟ ମହାରାଜ ଖୁସ୍‌ବୁଙ୍କ ଅଜାଗା ଥାନରେ ହାତ ମାରି ଦେଇଛନ୍ତି । ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ରହୁଥିବା ଅଧିକାଂଶ ଯୁବତୀ ବିବାହ ଭଳି ପବିତ୍ର ବନ୍ଧନକୁ ଆଦରି ନେବା ପୂର୍ବରୁ କୌମାର୍ଯ୍ୟ ହରାଉଛନ୍ତି ।

ସାମ୍ବାଦିକ ଦୃଷ୍ଟିକୋଣରୁ ଆମେ ବାବାଙ୍କ କଥାଟିକୁ ସାହିତ୍ୟିକ ଢଙ୍ଗରେ ଲେଖିଦେଲୁ । ମାତ୍ର ବାବା କହିଥିବା କଥାଟି ଏମିତି: ‘ଯୁବକମାନେ ଆଣୁଛନ୍ତି ୨୫ ବର୍ଷୀୟା ସୁନ୍ଦରୀ ଯୁବତୀମାନଙ୍କୁ ଯିଏ ଯୋଉମାନେ ୪/୫ଟି ସ୍ଥାନରେ ମୁହଁ ମାରି ସାରିଛନ୍ତି ।’ ଆଚାର୍ଯ୍ୟଙ୍କ ନିକଟରୁ ଏଭଳି କଥା ଶୁଣିବା ପରେ ଖୁସ୍‌ବୁ କହିଛନ୍ତି, ଅନିରୁଦ୍ଧାଚାର୍ଯ୍ୟଙ୍କ ଭଳି ଭଣ୍ଡ ଜାତୀୟତା ବିରୋଧୀ । ଜଣେ ରୁଗ୍‌ଣ ମାନସିକଧାରୀ ଲୋକ ଏପରି ମନ୍ତବ୍ୟ ଦେଇଥାନ୍ତି । ଆଉ ସେମାନଙ୍କ ମନ୍ତବ୍ୟକୁ କାନ ଡେରି ଶୁଣୁଥିବା ଲୋକମାନେ ମଧ୍ୟ ସେତିକି ନିମ୍ନସ୍ତରର ।

ଆପଣ ଜାଣନ୍ତି, ଅନ୍‌ଲାଇନ୍‌ରେ ପ୍ରବଚନ ଦେଇ ଅନିରୁଦ୍ଧାଚାର୍ଯ୍ୟ ମହାରାଜ ଏବେ ମାସକୁ ଅତି କମ୍‌ରେ ୪/୫ କୋଟି ଟଙ୍କା ରୋଜଗାର କରୁଛନ୍ତି । ୧୯୮୯ରେ ଜନ୍ମିତ ଅନିରୁଦ୍ଧ ରାମ ତିୱାରିଙ୍କୁ ଘରେ ଘରେ ପରିଚିତ କରିଛି ୟୁଟୁବ୍ ଚାନେଲ । ବିଶେଷ କରି ଆଧ୍ୟାତ୍ମିକ ଓ ଧାର୍ମିକ ବର୍ଗର ଲୋକମାନେ ତାଙ୍କ ପ୍ରବଚନକୁ ଭାରି ପ୍ରଶଂସା କରୁଛନ୍ତି । ଗୋଟିଏ ଦିନ ପ୍ରବଚନ ଦେବା ପାଇଁ ବାବାଙ୍କ ପାରିଶ୍ରମିକ ଅତି କମ୍‌ରେ ଏକ କୋଟିରୁ ଚାରି କୋଟି ଟଙ୍କା ଭିତରେ । ସାତଦିନ ପାଇଁ ପ୍ରବଚନ