ଚିରସବୁଜ ରଖିବ ଏହି ତିନୋଟି ଜାତୀୟ ଖାଦ୍ୟ

ଚିରସବୁଜ ମାନେ ଆପଣ ଜାଣନ୍ତି, ବୟସ ୪୨ ବର୍ଷ, ଦିଶିବେ ୨୪ ବର୍ଷ ବୟସର ଯୁବକ ଭଳି । ମନ ସର୍ବଦା ପ୍ରଫୁଲ୍ଲ ରହିବା ଜରୁରୀ, ଶରୀରକୁ ଆଦୌ ଅବହେଳା କରିବେନି । ଠିକ ସମୟରେ ଚାହିଦା ମୁତାବକ ଖାଦ୍ୟ ଗ୍ରହଣ କରିବେ । ଠିକ ସମୟରେ ଶେଯକୁ ଯିବେ । ଠିକ ସମୟରେ ଶେଯରୁ ଉଠିବେ । ନିୟମିତ ଶାରୀରିକ ବ୍ୟାୟାମ କରିବେ ।

ଆପଣଙ୍କ ବୟସ ତୁଳନାରେ ଓଜନ ସନ୍ତୁଳନ ରକ୍ଷା କରିବା ଜରୁରୀ । ମନକୁ ସର୍ବଦା ଚିନ୍ତାମୁକ୍ତ ରଖିବାକୁ ପଡ଼ିବ । ଏପରି କଲେ, ଆପଣଙ୍କ ନିକଟରେ ବୟସ ହାର ମାନିବ । ଆପଣ ଜଲଦି ଜରାଗ୍ରସ୍ତ ହେବେନି । କିନ୍ତୁ ତାହା କ’ଣ ସମ୍ଭବ ? ବୟସ ବଢ଼ିବା ସହିତ ମନ ଓ ଶରୀର ଉପରେ ନାନା ଚାପ ପଡ଼େ । ମନକୁ ନାନା ଚିନ୍ତା ଗ୍ରାସ କରେ । ଶରୀରକୁ ନାନା ରୋଗ ଗ୍ରାସ କରେ ।

ସତ କହିବାକୁ ଗଲେ, ଆମ ଶରୀର ରୋଗର ଘର । ପ୍ରତି ମୁହୂର୍ତରେ ଆମ ଶରୀରକୁ ନାନା ରୋଗ ଜୀବାଣୁ ନାନା ଉପାୟରେ କ୍ଷତିଗ୍ରସ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି । ତେବେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଯେତିକି ସୁଦୃଢ଼ ରହିବ, ଆମକୁ ରୋଗ ଜୀବାଣୁ ଜଲଦି ସଂକ୍ରମଣ କରିବନି ।

ଶରୀରକୁ ଚିରସବୁଜ ରଖିବାକୁ ଚାହୁଁଥିଲେ, ମୁଖ୍ୟତଃ ତିନୋଟି ପୋଷକଯୁକ୍ତ ଖାଦ୍ୟ ଉପରେ ଜୋର ଦିଆଯିବା ଦରକାର…..

କର୍ମଠ ରହିବାକୁ ହେଲେ ଶରୀରକୁ ଭିଟାମିନ୍‌-ବି କଂପ୍ଲେକ୍ସ ମିଳିବା ଉଚିତ । ତା’ ସହିତ ଶରୀରକୁ ଫୋଲାଟେ ସପ୍ଲିମେଂଟ ମିଳିବା ଉଚିତ । ମ୍ୟାଗନେସିୟମ ବିସଗ୍ଲାଇସିନେଟ୍ ପୋଷକ ଆମ ହାଡକୁ ଶକ୍ତ କରିଥାଏ, ରକ୍ତ ସଂଚାଳନକୁ ସ୍ୱାଭାବିକ କରିଥାଏ, ମାଂସପେଶୀକୁ ସତେଜ ରଖିଥାଏ । ଶାଗଜାତୀୟ ଖାଦ୍ୟରେ ପ୍ରଚୁର ପରିମାଣର ମ୍ୟାଗନେସିୟମ ରହିଛି । ଏହାବାଦ ପ୍ରଚୁର ପରିମାଣର ଓମେଗା-୩ ପୋଷକ ସେବନ କରନ୍ତୁ । ଚର୍ବିବହୁଳ ମାଛରୁ ଓମେଗା-୩ ମିଳେ ।