ଟି-୨୦ କ୍ରିକେଟ୍ ଦୁନିଆରେ ସର୍ବାଧିକ ୬୫୦ ୱିକେଟ୍ ହାସଲକାରୀ ଆଫ୍‌ଗାନ୍ ସ୍ପିନର୍ ରଶିଦ ଖାନ

ଟି-୨୦ କ୍ରିକେଟ୍ ଦୁନିଆରେ ସର୍ବାଧିକ ୱିକେଟ୍ ହାସଲ କରିଛନ୍ତି ଆଫ୍‌ଗାନ୍ ସ୍ପିନର ରଶିଦ ଖାନ । ଅଗଷ୍ଟ ୫ ତାରିଖ ଦିନ ଲଣ୍ଡନ ଲଡ୍‌ର୍ସ ମଇଦାନରେ ଘରୋଇ ଟିମ୍ ବିପକ୍ଷରେ ଚମକପ୍ରଦ ବୋଲିଂ ପ୍ରଦର୍ଶନ କରି ରଶିଦ ଖାନ ବିଶ୍ୱ କ୍ରିକେଟ୍ ଇତିହାସକୁ ରୁଦ୍ଧିମନ୍ତ କରିଛନ୍ତି ।  ରଶିଦଙ୍କ ବୋଲିଂ (୩/୧୧) ବଳରେ ଲଣ୍ଡନ ହାତରୁ ଖସି ଯାଇଥିଲା ଜିତାପଟ ।

ରଶିଦ ୪୭୮ ଇନିଂସ ଖେଳି ୬୫୧ଟି ୱିକେଟ୍ ହାସଲ କରିଛନ୍ତି । ରଶିଦଙ୍କର ଶ୍ରେଷ୍ଠ ବୋଲିଂ ରେକର୍ଡ ହେଉଛି, ଚାରିଥର ୫ଟି ଲେଖାଁଏ ୱିକେଟ୍ ହାସଲ ଓ ୧୭ଥର ଚାରିଟି ଲେଖାଁଏ ୱିକେଟ୍ ହାସଲ । ପ୍ରତିକୂଳ ପରିସ୍ଥିତିରେ ଦଳକୁ ଜିତାଇବାର କୌଶଳ ରଶିଦଙ୍କୁ ମାଲୁମ ।