ପୁଅ ଦେହ ଖରାପ, ଡାକ୍ତର କହିଲେ, ଅପରେସନ୍ କରିବାକୁ ପଡ଼ିବ । ନଚେତ୍ ପୁଅକୁ ପାଇବନି । ପାଖରେ ଟଙ୍କା ଥିଲେ କିଛି ଚିନ୍ତା ନାହିଁ । ପାଖରେ ଟଙ୍କା ନଥିଲେ, କ’ଣ କରିବେ ଆପଣ ? ସାଙ୍ଗସାଥୀ ବନ୍ଧୁବାନ୍ଧବଙ୍କ ନିକଟରେ ହାତ ପତାଇବେ ।
ଟଙ୍କା ଉଧାର କରି ପୁଅର ଅପରେସନ୍ କଲେ, ଆୟକର କିଳା ଆପଣଙ୍କ ପିଛା କରିବ, ଦରକାର ପଡ଼ିଲେ, ହାତରେ କଡ଼ା ପିନ୍ଧାଇ ହାଜତକୁ ପଠାଇଦେବ ।
ସମୟ ଥିଲା, ଟଙ୍କା ଉଧାର କରି ପୁଅଝିଅ ବାହାଘର କରିବା ସହଜ ଥିଲା । ଟଙ୍କା ଉଧାର କରି ପୁଅଝିଅଙ୍କୁ ଡାକ୍ତରୀ କଲେଜ, ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇ ଦେଉଥିଲ । ହାତ ଉଧାରି କରି ଜମିଟିଏ କିଣି ପକାଉଥିଲ । ଟଙ୍କା କରଜ କରି ଘରଟିଏ ତିଆରି କରି ଦେଉଥିଲ ।
ଏବେ ଆଉ ସେସବୁ କାମ ଚଳିବନି । ଏବେ ଟଙ୍କା ଉଧାର ଦେଉଥିବା ଲୋକକୁ ଆୟକର କିଳା ସମ୍ଭାଳିବେ । ଟଙ୍କା ଉଧାର ନଉଥିବା ଲୋକକୁ ଆୟକର କିଳା ସମ୍ଭାଳିବାକୁ ପଡ଼ିବ । ତୃତୀୟ ପାଳି ପ୍ରଧାନମନ୍ତ୍ରୀ ହେଲା ପରେ ନରେନ୍ଦ୍ର ମୋଦି ଏମିତି କିଛି କଳା ଆଇନ ପ୍ରଣୟନ କରିଛନ୍ତି ଯାହା ଟଙ୍କା ନେଲାବାଲା ଓ ଦେଲାବାଲା ପାଇଁ ଦଣ୍ଡନୀୟ ଅପରାଧ ।
ଆୟକର ଟିକସ ଆଇନ ଧାରା ୨୬୯ଏସ୍ଏସ୍ ଅନୁସାରେ ଜରୁରୀକାଳୀନ ସମୟରେ ସାଙ୍ଗସାଥୀ ଅବା ବନ୍ଧୁଙ୍କ ନିକଟରୁ ସର୍ବନିମ୍ନ ୨୦ ହଜାର ଟଙ୍କାରୁ ଅଧିକ ରାଶି ଉଧାର ସୂତ୍ରରେ ଗ୍ରହଣ କରିବା ଆଇନତଃ ଅପରାଧ । ଆୟକର ଟିକସ ଧାରା ୨୭୧ଡିଏ ଅନୁସାରେ ଉଧାର ସୂତ୍ରରେ ଟଙ୍କା ଗ୍ରହଣ କରୁଥିବା ଲୋକଙ୍କ ନିକଟରୁ ଶହେକୁ ଶହେ ଜରିମାନା ଆଦାୟ କରାଯିବ ।
ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଧାରା ସଂପର୍କରେ ଜାଣିରଖନ୍ତୁ:
ଧାରା ୨୬୯ଏସ୍ଟି : ଦିନକ ଭିତରେ ଜଣକ ନିକଟରୁ ୨ ଲକ୍ଷ ଟଙ୍କା ବା ତା’ଠାରୁ ଅଧିକ ଟଙ୍କା ଗ୍ରହଣ କରୁଥିଲେ, ସମାନ ପରିମାଣର ଜରିମାନା ପଇଠ କରିବାକୁ ପଡ଼ିବ ।
ଧାରା ୨୬୯ଟି : କୌଣସି ବ୍ୟକ୍ତିକୁ ସର୍ବନିମ୍ନ ୨୦ ହଜାର ଟଙ୍କା ବା ତା’ଠାରୁ ଅଧିକ ପରିମାଣର ଟଙ୍କା ଦେଉଥିଲେ, ସମାନ ପରିମାଣର ତଣ୍ଡ ଗଣିବାକୁ ପଡ଼ିବ ।
ଏପରିକି ବ୍ୟବସାୟ ପାଇଁ କୌଣସି ବ୍ୟକ୍ତିକୁ ନଗଦ ୧୦ ହଜାର ଟଙ୍କା ବା ତା’ଠାରୁ ଅଧିକ ପରିମାଣର ଟଙ୍କା ଦେବା ମଧ୍ୟ ବେଆଇନ ।