ଗଂଜାମ ଜିଲ୍ଲା ଧରାକୋଟରେ ଆରମ୍ଭ ହେଲା ରିଲିଫ ବଣ୍ଟନ
ପ୍ରତି ପରିବାରକୁ ୫୦ କିଲୋ ଚାଉଳ, ବ୍ୟାଙ୍କ ଖାତାକୁ ମିଳିବ ୨୫୦୦ ଟଙ୍କା
ଧରାକୋଟ(ସାକ୍ସୀ ନ୍ୟୁଜ୍): ବାତ୍ୟା ‘ଅର୍ଣ୍ଣବ’ ଜନିତ ବନ୍ୟାରେ ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅନ୍ତର୍ଗତ ୧୮ଟି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟାର ଏକ ସପ୍ତାହ ପରେ ସରକାରଙ୍କ ଘୋଷଣା ଅନୁଯାୟୀ ବ୍ଲକରେ ରିଲିଫ ବଣ୍ଟନ ଆରମ୍ଭ ହୋଇଛି। ବ୍ଲକର ସର୍ବାଧିକ କ୍ଷତିଗ୍ରସ୍ତ ଜାହାଡ଼ା ପଞ୍ଚାୟତର ଦଶମାଇଲି ଗ୍ରାମରେ ପ୍ରତ୍ୟେକ ପରିବାରକୁ ୫୦ କିଲୋ ଲେଖାଏଁ ଚାଉଳ ବଣ୍ଟନ କରାଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଲିପିନା ଦାସ, ତହସିଲଦାର ଲମ୍ବୋଦର ମାରାଣ୍ଡି ଓ ଯୋଗାଣ ନିରୀକ୍ଷକ ବାଳକୃଷ୍ଣ ନାୟକଙ୍କ ଉପସ୍ଥିତିରେ ଯୋଗାଣ ସହାୟକ ଚିତ୍ରସେନ ଗୌଡ଼ ରିଲିଫ ଚାଉଳ ବଣ୍ଟନ କରିଥିଲେ। ଆସନ୍ତାକାଲି ବ୍ଲକର ଅନ୍ୟାନ୍ୟ ପଞ୍ଚାୟତରେ ମଧ୍ୟ ରିଲିଫ ଚାଉଳ ବଣ୍ଟନ କରାଯିବ। ଏଥିସହ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୨୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି। ଗଂଜାମରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ।