ନିର୍ବାଚନ କମିଶନଙ୍କ ଜାଲିଆତିକୁ ଧରିଲେ ରାହୁଲ, କାଟିଲା ଧର୍ମେନ୍ଦ୍ରଙ୍କୁ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏପରି ଘଟଣା ଆଦୌ ମାମୁଲି ନୁହେଁ

ଅଗଷ୍ଟ ପହିଲାରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି କରାଯାଇଥିବା ବିହାର ଭୋଟର ତାଲିକାରେ ଯାବତୀୟ ଗଡ଼ବଡ଼ କରାଯାଇଥିବା ପ୍ରସଙ୍ଗକୁ କେନ୍ଦ୍ର କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କର ସହଯୋଗୀ ଦଳଗୁଡ଼ିକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ନିର୍ବାଚନ କମିଶନ ରାହୁଲ ଗାନ୍ଧୀଙ୍କ ନିକଟରୁ ଏକ ସତ୍ୟପାଠ ଦାବି କରିଥିଲେ । ରାହୁଲ ଗାନ୍ଧୀଙ୍କ ନିକଟରୁ ସତ୍ୟପାଠ ଦାବି କରିବା ପୂର୍ବରୁ ନିର୍ବାଚନ କମିଶନ ମାନବ୍ୟର ସୁପ୍ରିମକୋର୍ଟଙ୍କ ନିକଟରେ ସଂଶୋଧିତ ଭୋଟର ତାଲିକାରେ କୌଣସି ଗଡ଼ବଡ଼ କରାଯାଇନି ବୋଲି ଏକ ସତ୍ୟପାଠ ଦାଖଲ କରିବାର ଦୁଃସାହସ ଦେଖାନ୍ତୁ ।
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଜାରି କରାଯାଇଥିବା ବିହାର ଭୋଟର ତାଲିକା ଓ ୨୦୨୫ ଅଗଷ୍ଟ ପହିଲାରେ ଜାରି କରାଯାଇଥିବା ବିହାର ଭୋଟରକୁ ତାଳମେଳ କଲେ ପ୍ରାୟ ୪୨ ଲକ୍ଷରୁ ଅଧିକ ଭୋଟରଙ୍କ ନାମ କଟିଯାଇଛି । ବର୍ଷକ ଭିତରେ ୪୨ ଲକ୍ଷ ଭୋଟର ବିଡମ୍ବନାର ଶିକାର ହୋଇଗଲେ? ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏପରି ଘଟଣା ଆଦୌ ମାମୁଲି ନୁହେଁ ।
ଭୋଟର ତାଲିକାରେ କୌଣସି ଜାଲିଆତି କରାଯାଇନି ବୋଲି ସତ୍ୟପାଠ ଦାଖଲ କରିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ସତ୍‌ସାହସ ଅଛି? ଆମେ ଜାଣିଛୁ, ଚୋରଙ୍କ ମୁହଁ ଟାଣ । କଂଗ୍ରେସକୁ ଯୋଉ ନେତାମାନେ ଭୋଟ ରାଜନୀତି ଅଭିଯୋଗରେ ଛନ୍ଦିବାକୁ ଉଦ୍ୟମ କରୁଛନ୍ତି । ବାସ୍ତବରେ ସେଇମାନେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଜାତୀୟ ନୀତି ଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି ।
ଯାହା କିଛି ଚାଲିଛି, କଂଗ୍ରେସ ଓ ନିର୍ବାଚନ କମିଶନ ଭିତରେ ଚାଲିଛି । ସେଥିରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓକିଲାତି କରିବାର ମାନେ କ’ଣ ? ଧର୍ମେନ୍ଦ୍ରଙ୍କ ଦୃଷ୍ଟିରେ କୋଉମାନେ ଅନୁପ୍ରବେଶକାରୀ ?
ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା । ତାକୁ ହାତ ବାରିସି କରିବା ଯେ କୌଣସି ଶାସକ ଦଳ ବା ମେଂଟ ପକ୍ଷେ ସମ୍ଭବ । ଅତୀତରେ କଂଗ୍ରେସ ନିର୍ବାଚନ କମିଶନକୁ ହାତ ବାରିସି କରି ବହୁତ ଫାଇଦା ହାସଲ କରିଛି । ଏବେ ବିଜେପି ମେଂଟ ନିର୍ବାଚନ କମିଶନକୁ ହାତମୁଠାରେ ରଖି ନାନା ଜାଲିଆତି କାମ କରୁଛି । ଏ କଥା ଆମେ ନୁହେଁ, ବିଜେପି ନେତା ନୀତିନ ଗଡ଼କରୀ ମଧ୍ୟ ଲୋକସଭା ନିର୍ବାଚନ ସମୟରେ ଅଭିଯୋଗ କରିଥିଲେ ।
ନୀତୀନ ଗଡ଼କରୀଙ୍କ ଅଭିଯୋଗ ମୁତାବକ ତାଙ୍କ ଭଣଜାଙ୍କ ନାମକୁ ଭୋଟର ତାଲିକାରୁ କାଟି ଦିଆଯାଇଥିଲା । ନିର୍ବାଚନ କମିଶନଙ୍କ ଦୋଷ ବାଛି ଯଦି ରାହୁଲ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି । ତେବେ ନିର୍ବାଚନ କମିଶନଙ୍କ କାର୍ଯ୍ୟଧାରା ବିରୋଧରେ ନୀତୀନ ଗଡ଼କରୀଙ୍କ ଅଭିଯୋଗକୁ କ’ଣ କହିବେ ଧର୍ମେନ୍ଦ୍ର ପ୍ରଧାନ । ବାବୁ ଧର୍ମେନ୍ଦ୍ର ପ୍ରଧାନ । ଆଜିକାଲି ନୂଆ ନୂଆ ରିପୋର୍ଟିଂ କରୁଥିବା ଯୁବପୀଢ଼ିଙ୍କ ଆଗରେ ଆପଣ କାଉକୁ କୋଇଲି କହି ବାହାଦୁରି ଦେଖାଇ ପାରନ୍ତି । ଆମେ ଆପଣଙ୍କୁ ପିଲାଦିନରୁ ଦେଖି ଆସୁଚୁ ।