ରାଷ୍ଟ୍ରପତି ଶାସନ ଆଡକୁ ଗତି କରୁଛି ଭାରତ । ଜଣାପଡ଼ିଲା ନିର୍ବାଚନ କମିଶନଙ୍କ ଗୁରୁଚଣ୍ଡାଳ ଦୋଷ । ନିର୍ବାଚନ କମିଶନ ବିରୋଧରେ କଂଗ୍ରେସ ଗୋଠ ଯୋଉ ମେଳି କଲାଣି । ତା’ର ପରିଣାମ ଆଗାମୀ ଦିନରେ ଭୟଙ୍କର ହେବାକୁ ଯାଉଛି । ଯୋଉ ଦୁଇଟି ଗୋଡ଼ ସହାୟତାରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଚଉକି ଉପରେ ବସିଛନ୍ତି । ତା’ର ଦୁଇଟି ଯାକ ଗୋଡ଼ ଏବେ କଂଗ୍ରେସର ମହାମେଳିକୁ ଅପେକ୍ଷା କରିଛି । ଯୋଉ ସମୟରେ ମୋଦିଙ୍କ ଚଉକିର ଦୁଇଟି ଗୋଡ଼ ରାହୁଲଙ୍କ ନିକଟକୁ ଚାଲିଯିବେ, ସେହିଦିନ ମୋଦୀ ରାଜନୈତିକ ସମାଧି ନେବାକୁ ବାଧ୍ୟ ହୋଇପାରନ୍ତି ।
ନିର୍ବାଚନ କମିଶନଙ୍କ ଜାଲିଆତିକୁ ଧରିବା ପରଠାରୁ ରାହୁଲଙ୍କ ମନୋବଳ ବୃଦ୍ଧି ପାଇଛି । ପ୍ରାୟ ୩୦୦ ଜଣ ସାଂସଦଙ୍କୁ ଏକଜୁଟ କରି ରାହୁଲ ଗାନ୍ଧୀ ଯଦି ନିର୍ବାଚନ କମିଶନଙ୍କ ଅଭିମୁଖେ ଯାଇ ପାରୁଛନ୍ତି, ଭଉଣୀ ପ୍ରିୟଙ୍କାଙ୍କ ସହିତ ପୁଲିସ ଗାଡ଼ିରେ ବସି ହାଜତକୁ ଯାଇ ପାରୁଛନ୍ତି । ସେହି ୩୦୦ ଜଣ ସାଂସଦଙ୍କୁ ସାଙ୍ଗରେ ଧରି ରାହୁଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟନ୍ତୁ ।
ପ୍ରଧାନମନ୍ତ୍ରୀ ଚଉକିଟା ମାଡ଼ି ବସନ୍ତୁ । ବିଜେପି ମେଂଟକୁ କ୍ଷମତାଚ୍ୟୁତ କରନ୍ତୁ । ଗଣମାଧ୍ୟମ ଆଗରେ ମିଛଟାରେ ୩୦୦ ଜଣ ସାଂସଦଙ୍କୁ ଏକାଠି କରିଛ କହି ବାହାଦୁରି ଦେଖାଇବା ଦରକାର ନାହିଁ । କର୍ଣ୍ଣାଟକ କ୍ଷମତାରେ ଥିବା ସତ୍ୱେ ବିଜେପିର ଭୋଟ ଜାଲିଆତିକୁ କଂଗ୍ରେସ ଦେଖି ପାରିଲାନି । ୟା’ ଠାରୁ ବଳି ଲାଜର କଥା ଆଉ କ’ଣ ହୋଇପାରେ ?
କଂଗ୍ରେସ ନାକ ତଳେ ବୁଥସ୍ତରୀୟ ଅଧିକାରୀଙ୍କ ଜରିଆରେ ବିଜେପି ଏତେବଡ଼ ଖେଳ କରିଦେଲା । କଂଗ୍ରେସ କିଛି ଜାଣି ପାରିଲାନି । ସତରେ ବିଜେପିର ଆଲିବାବା ତାଙ୍କର ୩୦୩ ଜଣ ଚୋରଙ୍କୁ ଧରି ବଡ଼ ଧରଣର ଘୋଟାଲା କରିବାକୁ ବସିଥିଲେ । ମାତ୍ର ଭାରତର ଭୋଟରମାନେ ଆଲିବାବାଙ୍କ ଚଉକି କ୍ଷମତାକୁ ୨୪୦ କରିଦେଲେ । ଆଲିବାବାଙ୍କର ୪୦୦ ସ୍ୱପ୍ନଟା ପୁରା ମାଟିରେ ମିଶିଗଲା । ରାହୁଲଙ୍କ ନିର୍ବାଚନ କମିଶନ ବିରୋଧୀ ଅଭିଯାନ ଯଦି ସାରା ଭାରତକୁ ଗ୍ରାସ କରେ, ତେବେ ଆଗାମୀ ଦିନରେ ସାରା ଭାରତଟା ରାଷ୍ଟ୍ରପତି ଶାସନ କବଳକୁ ଚାଲିଯିବ ।