ହରିଆଣା ପଂଚାୟତ ନିର୍ବାଚନରେ ବ୍ୟବହୃତ ଇଭିଏମ୍ ଖେଳକୁ ଧରି ପାରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଉପସ୍ଥିତିରେ ଇଭିଏମ୍ ଖୋଲା ଯାଇଥିଲା, ଭୋଟ ଗଣାଯାଇଥିଲା । ଫଳାଫଳ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ସୁପ୍ରିମକୋର୍ଟ ।
ନିର୍ବାଚନ ଅଧିକାରୀଙ୍କ ଘୋଷିତ ବିଜୟୀ ପ୍ରାର୍ଥୀଙ୍କ ସପକ୍ଷରେ ମାତ୍ର ୧୦୦୦ ଖଣ୍ଡ ଭୋଟ ପଡ଼ିଥିଲା । ପରାଜିତ ମୋହିତ କୁମାରଙ୍କ ସପକ୍ଷରେ ୧୦୫୧ ଖଣ୍ଡ ଭୋଟ ପଡ଼ିଥିଲା । ଫଳାଫଳ ଜାଣିବା ପରେ ସୁପ୍ରିମକୋର୍ଟ ମୋହିତ କୁମାରଙ୍କୁ ବିଜୟୀ ପ୍ରାର୍ଥୀ ରୂପେ ଘୋଷଣା କରିବାକୁ ନିର୍ବାଚନ ଅଧିକାରୀଙ୍କୁ ଆଦେଶ ପ୍ରଦାନ କରିଛନ୍ତି ।
ସୂଚନାରୁ ପ୍ରକାଶ, ୨୦୨୨ ମସିହାରେ ହରିଆଣାର ପାନିପତ ଜିଲ୍ଲାର ବୁଅନା ଲାଖୁ ଗ୍ରାମ ପଂଚାୟତ ନିର୍ବାଚନରେ ଘୋଟାଲା କରାଯାଇଥିବା ମାମଲା ଘଟଣାକ୍ରମେ ସୁପ୍ରିମକୋର୍ଟରେ ପହଂଚିଥିଲା । ଇଭିଏମ୍ ଜାଲିଆତି କରାଯାଇ କୁଲଦୀପ ସିଂଙ୍କୁ ଜିତାଇ ଦିଆଯାଇଛି ବୋଲି ଅଭିଯୋଗ କରିଥିଲେ ପରାଜିତ ପ୍ରାର୍ଥୀ ମୋହିତ କୁମାର । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ନିର୍ବାଚନ ଅଧିକାରୀଙ୍କୁ ଇଭିଏମ୍ ମେସିନ୍ ଧରି ଅଦାଲତରେ ଉପସ୍ଥିତ ହେବାକୁ ଆଦେଶ ଦେଇଥିଲେ ।
ହରିଆଣା ପଂଚାୟତ ନିର୍ବାଚନରେ ଇଭିଏମ୍ ଜାଲିଆତି ପ୍ରମାଣ ହୋଇଯିବା ପରେ କଂଗ୍ରେସ ମନୋବଳ ବୃଦ୍ଧି ପାଇଛି । ବିଜେପି ମେଂଟର ସବୁ ଗୋଳମାଳିଆ ଧରା ପଡ଼ିଯାଇଛି ।