Asia Cup 2025 : ସେପ୍ଟେମ୍ବର ୧୪ ତାରିଖରେ ଭାରତ-ପାକିସ୍ତାନ ଲଢ଼େଇ

ଏସିଆ କପ୍ ୨୦୨୫

Asia Cup 2025 : ସେପ୍ଟେମ୍ବର ୧୪ ତାରିଖ ଦିନ ଭାରତ-ପାକିସ୍ତାନ ଲଢ଼େଇକୁ ସାରା ଦୁନିଆ ଉପଭୋଗ କରିବ । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ମନୋନୟନ କମିଟି ପକ୍ଷରୁ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ଶୁଭମନ୍ ଗିଲ ଉପ-ଅଧିନାୟକ ହୋଇ ଟିମ୍‌କୁ ଫେରିଛନ୍ତି । ଶ୍ରେୟସ ଆୟାର ଓ ଯଶସ୍ୱୀ ଜୟସ୍ୱାଲଙ୍କୁ ଟିମ୍‌ରେ ସ୍ଥାନ ମିଳିନି । ଟି-୨୦ ବିଶ୍ୱକପ୍ ପରେ ଟିମ୍‌କୁ ଫେରିଛନ୍ତି ଜସପ୍ରୀତ ବୁମରାହ ଓ କୁଲଦୀପ ଯାଦବ ।

ସେପ୍ଟେମ୍ବର ୯ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଦୁବାଇ ଓ ଆବୁଧାବିରେ ଏସିଆ କପ୍ ୨୦୨୫ ଆୟୋଜନ କରାଯାଇଛି । ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ହୋଇସାରିଛି । ଏସିଆ କପ୍‌ରେ ଭାରତକୁ ତିନୋଟି ଟିମ ସହିତ ମୁକାବିଲା କରିବ । ସେପ୍ଟେମ୍ବର ୧୦ ତାରିଖ ଦିନ ଭାରତ-ୟୁଏଇ ମୁକାବିଲା, ସେପ୍ଟେମ୍ବର ୧୪ ତାରିଖ ଦିନ ଭାରତ-ପାକିସ୍ତାନ ଓ ସେପ୍ଟେମ୍ବର ୧୯ ତାରିଖ ଦିନ ଭାରତ-ଓମାନ ମୁକାବିଲା ଅନୁଷ୍ଠିତ ହେବ ।

ଟି-୨୦ ଫର୍ମାଟ୍‌ରେ ଆରମ୍ଭ ହେବାକୁ ଯାଉଥିବା ଉକ୍ତ ଟୁର୍ଣ୍ଣାମେଂଟରେ ଆଠଟି ଟିମ୍ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ସଂଯୁକ୍ତ ଆରବ ଅମିରାତ୍‌, ହଂକଂ ଓ ଓମାନ ଭାଗ ନେବେ ।

ଚୂଡ଼ାନ୍ତ ତାଲିକା ଅନୁସାରେ ସୂର୍ଯ୍ୟ କୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ୍ କିପର୍‌), ଜସପ୍ରୀତ ବୁମ୍‌ରାହ, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତୀ, କୁଲଦୀପ ଯାଦବ, ସଂଜୁ ସାମସନ୍ (ୱିକେଟ୍ କିପର), ହର୍ଷିତ ରାଣା, ରିଙ୍କୁ ସିଂ । ତା’ ସହିତ ପ୍ରସିଦ୍ଧ କୃଷ୍ଣ, ୱାଶିଂଟନ ସୁନ୍ଦର, ଯଶସ୍ୱୀ ଜୟସ୍ୱାଲ, ରିୟାନ ପରାଗ ଓ ଧ୍ରୁବ ଜୁରେଲଙ୍କୁ ଷ୍ଟାଣ୍ଡ ବାଏ ରଖାଯାଇଛି ।