ଅଦ୍ୱିତୀୟ ରେକର୍ଡ ଅଧିକାରୀ ହୋଇଛନ୍ତି ଭାରତର ନୀରଜ ଚୋପ୍ରା ।
ଅଗଷ୍ଟ ୨୮ ତାରିଖ ଗୁରୁବାର ଦିନ ସ୍ୱିଜରଲାଣ୍ଡର ଜୁରିକରେ ଅନୁଷ୍ଠିତ ଏକ କ୍ରୀଡ଼ା ଇଭେଂଟରେ ଦ୍ୱିତୀୟ ଡାଇମଣ୍ଡ ଲିଗ୍ ଟାଇଟଲ ହାସଲ କରିଛନ୍ତି ନୀରଜ । ୨୭ ବର୍ଷୀୟ ନୀରଜ ବିଶ୍ୱର ଦ୍ୱିତୀୟ ଜାଭେଲିନ୍ ପ୍ରକ୍ଷେପକ ।
ନୀରଜଙ୍କ ଆଗରେ ଅଛନ୍ତି ଜୁଲିଆନ୍ ୱେବର । ୱେବରଙ୍କ ଜାଭେଲିନ୍ ଲାଗ୍ ଲାଗ୍୍ ଯଥାକ୍ରମେ ୯୧.୩୭ ମିଟର ଓ ୯୧.୫୧ ମିଟର ପର୍ଯ୍ୟନ୍ତ ଯାଇଥିଲା । ନୀରଜଙ୍କ ଜାଭେଲିନ୍ ପ୍ରଥମ ପାଳିରେ ୮୪.୩୫ ମିଟର ଗଲା, ଦ୍ୱିତୀୟ ପାଳି ୮୨ ମିଟର ଯାଏ ଗଲା ।
ତୃତୀୟ ପାଳି, ଚତୁର୍ଥ ପାଳି ଓ ପଂଚମ ପାଳି ବେକାର ହୋଇଗଲା । କିନ୍ତୁ ଷଷ୍ଠ ପାଳିରେ ନୀରଜଙ୍କ ଜାଭେଲିନ୍ ୮୫.୦୧ ମିଟର ପର୍ଯ୍ୟନ୍ତ ଯାଇଥିଲା । ତ୍ରିନିଦାଦ ଥ୍ରୋୟର କେଶମ ୱାଲକଟ୍ ଙ୍କ ଜାଭେଲିନ୍ ୮୪.୯୫ ମିଟର ପର୍ଯ୍ୟନ୍ତ ଯାଇଥିଲା ।
ନୀରଜଙ୍କ ସଫଳତା ହେଉଛି, ପ୍ରଥମ ଦୁଇପାଳି ପରେ ଲାଗ୍ ଲାଗ୍ ତିନିଥର ବିଫଳ ହେବା ଓ ଶେଷପାଳିରେ ଦ୍ୱିତୀୟ ସ୍ଥାନକୁ ଦଖଲ କରିବା ।