ଆମ ଉପରେ ୫୦% ଟିକସ ବସାଇ ଭଲ କଲ, ଏବେ ଆମ ବଜାରରୁ ତମ ଜିନିଷ ହଟାଇଲ
ଆମ ଉପରେ ୫୦% ଟିକସ ବସାଇ ଭଲ କଲ, ଏବେ ଆମ ବଜାରରୁ ତମ ଜିନିଷ ହଟାଇଲ । ଭାରତ ବଜାରରୁ ହଟିବା ଦରକାର ପେପ୍ସୀ, କୋକାକୋଲା ଭଳି ମୃଦୁ ପାନୀୟ । ହଟିବା ଦରକାର ମ୍ୟାକ୍ ଡୋନାଲ୍ଡ ।
ଟ୍ରମ୍ପଙ୍କ ବେକରେ ଘଂଟି ବାନ୍ଧିବା ଏବେ ମୋଦୀଙ୍କ ପାଇଁ ଏକ ଚାଲେଂଜ । ଆମେରିକାକୁ ଠିକଣା ଜବାବ ଦେବାକୁ ହେଲେ ଭାରତ ବଜାରରୁ ଆମେରିକା ସାମଗ୍ରୀ ହଟାଇ ଦିଆଯିବା ଦରକାର । ପେପ୍ସୀ, କୋକାକୋଲା, ମ୍ୟାକ୍ଡୋନାଲ୍ଡ ଭଳି ଆମେରିକା ସାମଗ୍ରୀ ଉପରେ କଟକଣା ଲଗାଇବା ସମୟ ଉପନୀତ ବୋଲି ଯୋଗଗୁରୁ କହିଛନ୍ତି ।
ଆମେରିକା ବଜାରରୁ ଭାରତୀୟ ସାମଗ୍ରୀ ହଟାଇବା ପାଇଁ ଟ୍ରମ୍ପ ଯୋଉ ହୀନ ଚାଲ ଖେଳିଛନ୍ତି । ତାଙ୍କୁ ବାଟକୁ ଆଣିବାକୁ ହେଲେ, ଭାରତୀୟ ଉପଭୋକ୍ତାଙ୍କ ମନରେ ଆମେରିକା ବିରୋଧୀ ମନୋଭାବ ସୃଷ୍ଟି କରାଯିବା ଜରୁରୀ ।
ଭାରତୀୟ ସାମଗ୍ରୀ ଉପରେ ୫୦% ବହିଃଶୁଳ୍କ ଆଦାୟ କରିବାକୁ ଆମେରିକା ନିଷ୍ପତି ନେଇଛି । ଏବେ ଆମେରିକା ସାମଗ୍ରୀ ଉପରେ ଭାରତ ଅଧିକ ବହିଃଶୁଳ୍କ ବସାଇବା ଦରକାର ।
ଆମେରିକା ଉତ୍ପାଦ ବିନା ଭାରତ ଆରାମରେ ରହିପାରିବ । ଟ୍ରମ୍ପଙ୍କୁ ଉଚିତ ଜବାବ ଦେବା ପାଇଁ ଭାରତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ରୁଷିଆରୁ ଭାରତ ବିପୁଳ ପରିମାଣର ଅଶୋଧିତ ତୈଳ କିଣୁଥିବା କାରଣ ଦର୍ଶାଇ ଆମେରିକା ଯୋଉ ଚାଲ ଚଲାଇଛି । ସେହି ଚାଲରେ ଆମେରିକାକୁ ଜବାବ ଦିଆଯିବା ଦରକାର ।
ଭାରତ ବଜାରରେ ଆମେରିକାର ମୃଦୁ ପାନୀୟ ଚାହିଦା ଅଧିକ । ପେପ୍ସୀ, କୋକାକୋଲା, ସବ୍ ୱେ, କେଏଫ୍ ସି, ମ୍ୟାକ୍ ଡୋନାଲ୍ଡ ଭଳି ଉତ୍ପାଦଗୁଡ଼ିକ କଟକଣାର ଶିକାର ହୋଇଛନ୍ତି ।
ଭାରତରେ ଆମେରିକା ବିରୋଧାଭାସ ଆରମ୍ଭ ହୋଇଗଲାଣି । ଧନିକ ଶ୍ରେଣୀର ଲୋକମାନଙ୍କ ମନରେ ଆମେରିକା ପ୍ରତି ଦରଦ ଓ ଦୁର୍ବଳତା ପୂର୍ବଭଳି ଦୃଢ଼ ରହିଥିବା ବେଳେ ସାଧାରଣ ବର୍ଗର ଲୋକମାନେ ଆମେରିକା ସାମଗ୍ରୀ ଆଡୁ ମୁହଁ ଫେରାଇବା ଆରମ୍ଭ କରିଛନ୍ତି ।
ରାମଦେବ କହିଛନ୍ତି, ଭାରତର ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ହେଲେ, ଭାରତର ଲୋକମାନେ ସ୍ୱଦେଶୀ ଜିନିଷପତ୍ର କିଣିବା ଜରୁରୀ । ତେବେ ରାମଦେବ ଭୁଲି ଯାଉଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ନରେନ୍ଦ୍ର ମୋଦୀଙ୍କ ମନରେ ଆଉ ସ୍ୱଦେଶୀ ପ୍ରୀତି ନାହିଁ ।
ଶରୀରଟାକୁ ଛାଡ଼ିଦେଲେ, ମୋଦୀଙ୍କ ମନପ୍ରାଣ ବିବେକ ବିଦେଶୀ ଢାଂଚାରେ ପଡ଼ିସାରିଛି, ସେଗୁଡ଼ିକୁ ଛାଡ଼ିବା ମୋଦୀଙ୍କ ପକ୍ଷେ ଆଉ ସମ୍ଭବ ନୁହେଁ ।