ଜୋତା ପିନ୍ଧିବା ପୂର୍ବରୁ ତା’ର ଭିତର ପାଖଟିକୁ ଭଲ ଭାବରେ ଯାଂଚ କରିନିଅନ୍ତୁ । ରବିବାର ଦିନ (୩୧/୮/୨୫) ଏମିତି ଏକ ଘଟଣାକ୍ରମରେ ଜଣେ ଯୁବତୀ ପ୍ରାଣ ହରାଇଛନ୍ତି ।
ମୃତ ମଞ୍ଜୁ ପ୍ରକାଶ ଜଣେ ସଫ୍ଟୱେର ଇଂଜିନିୟର । ତାଙ୍କର ବୟସ ପ୍ରାୟ ୪୧ ବର୍ଷ ହେବ ଓ ସେ ଟିସିଏସ୍ ରେ ଚାକିରି କରୁଥିଲେ । ମଂଜୁ ବେଙ୍ଗାଲୁରୁ ଅନ୍ତର୍ଗତ ବାନେରଘାଟ୍ଟା ଅଂଚଳରେ ସପରିବାର ରହୁଥିଲେ ।
ରବିବାର ରାତି ପ୍ରାୟ ୧୨ଟା ୪୫ ମିନିଟ୍ ହେବ । ମଂଜୁ ଘର ନିକଟ ଚିନି ଦୋକାନରୁ ଘରକୁ ଫେରିଲେ । ଜୋତାଟିକୁ ଘର ବାହାରେ ରଖି ସିଧା ସିଧା ତାଙ୍କ ଶୟନ କକ୍ଷକୁ ଚାଲିଗଲେ । ବେଶ କିଛି ସମୟ ଧରି ମଂଜୁ ରୁମ୍ ଭିତରୁ ପଦାକୁ ନ ଆସିବାରୁ ପରିବାର ଲୋକ ତାଙ୍କ କକ୍ଷ ଭିତରକୁ ଗଲେ ।
ପରିବାର ଲୋକମାନେ ଦେଖିଲେ, ମଂଜୁ ତାଙ୍କ ବେଡ୍ ଉପରେ ଚିତ୍ ହୋଇ ପଡ଼ି ଯାଇଛନ୍ତି । ତାଙ୍କ ପାଟିରୁ ଫେଣ ବାହାରି ଆସିଛି । ମଂଜୁଙ୍କ ଗୋଡ଼ରୁ ରକ୍ତ ବହୁଛି । ପରିବାର ଲୋକ ମଂଜୁଙ୍କ ଜୋତା ନିକଟରେ ଗୋଟିଏ ସାପଟିଏ ମରି ପଡ଼ିଛି ।
୨୦୧୬ ମସିହାରେ ମଂଜୁ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କ ଗୋଡ଼ରେ ଏକ ଅପରେସନ୍ କରାଯାଇଥିଲା । ସେହି ଅପରେସନ୍ ପରଠାରୁ ମଂଜୁଙ୍କ ଗୋଡ଼ର ସ୍ନାୟୁଗୁଡ଼ିକ ଅକାମୀ ହୋଇଯାଇଥିଲା । ଖାସ୍ ସେହି କାରଣରୁ ମଂଜୁ ସାପ ଦଂଶନକୁ ଅନୁଭବ କରି ପାରିଲେନି ।