ରାଜ୍ୟ ସରକାରଙ୍କ ହାତରେ ନିଶାପାଣି ଟିକସ କ୍ଷମତା

ରାଜ୍ୟ ସରକାରଙ୍କ ହାତକୁ ବଢ଼ାଇ ଦିଆଯାଇଛି ନିଶାପାଣି ଦର ନିର୍ଦ୍ଧାରଣ କ୍ଷମତା ।

ଏମିତି କ୍ଷମତା ବଢ଼ାଇ ଦିଆଯାଇଥିଲା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ହାତକୁ । ପରିଣାମ ସାରା ଭାରତ ଦେଖିଲା ।

ସାଧାରଣ ଲୋକଙ୍କ ମନରେ ପ୍ରଶ୍ନଟିଏ ଘାରୁଛି । ତା’ର ଜବାବ ଜି ଏସ୍ ଟି ପରିଷଦ ନିକଟରେ ନିଶ୍ଚୟ ଥିବ ।

ପ୍ରଶ୍ନ ହେଉଛି, ବିଡ଼ି, ସିଗାରେଟ୍ , ଖଇନି, ତମାଖୁ, ପାନ ମସଲା, ଗୁଟଖା ଭଳି ଜିନିଷଗୁଡ଼ିକର ଦରଦାମ ନିୟନ୍ତ୍ରଣ କ୍ଷମତା କେନ୍ଦ୍ର ସରକାରଙ୍କ ହାତରେ ଥିଲାବେଳେ ଦେଶୀ ବିଦେଶୀ ନିଶାପାଣି ଦରଦାମ ନିର୍ଦ୍ଧାରଣ କ୍ଷମତା ରାଜ୍ୟ ସରକାରଙ୍କ ହାତକୁ ଦିଆଯିବା ପଛର ରହସ୍ୟ କ’ଣ?

ପାନ ବିଡ଼ି ନୁହେଁ ଛୋଟିଆ ନିଶା । ନିଶାପାଣି ତୁଳନାରେ ପାନବିଡ଼ି ଅଧିକ ପରିମାଣର କିଣାବିକା ହେଉଥିବା ସାଧାରଣ କଥା । ୫୬ତମ ଜି ଏସ୍ ଟି ପରିଷଦ ବୈଠକରେ ପାନବିଡ଼ି, ସିଗାରେଟ୍ , ଖଇନି, ଗୁଟଖା ଉପରେ ୪୦% ଟିକସ ଆଦାୟ କରାଯିବ ।

ୟା’ ପୂର୍ବରୁ ପାନବିଡ଼ି, ସିଗାରେଟ୍ , ଖଇନି, ଗୁଟଖା ଉପରେ କେନ୍ଦ୍ର ସରକାର ପ୍ରାୟ ୨୮% ଟିକସ ଆଦାୟ କରୁଥିଲେ ।

ପିଆଇବି ସୂଚନା ମୁତାବକ, କିଛି ବିଶିଷ୍ଟ ମାଲଗୁଡ଼ିକର ଦରଦାମ ନିର୍ଦ୍ଧାରଣ କ୍ଷମତା ରାଜ୍ୟ ସରକାରଙ୍କୁ ଦିଆଯାଇଛି ।

ଏଠାରେ ଜଣାଇ ଦିଆଯାଉଛି, କେନ୍ଦ୍ର ସରକାର ଦୃଷ୍ଟିରେ ଯୋଉଗୁଡ଼ାକ ବିଶିଷ୍ଟ ମାଲ ଶ୍ରେଣୀରେ ରହିଛି, ତା’ ଉପରୁ ଏବେ ସର୍ବାଧିକ ୨୮% ଟିକସ ଆଦାୟ କରାଯାଉଛି ।