ଆଗପଛ ବିଚାର ନକରି ନୋଟିସ୍ ପଠାଉଛି ଆୟକର, ହେଉଛି ଲୋକହସା

ଆଗପଛ ବିଚାର ନକରି ଆଇଟି ରିଟର୍ଣ୍ଣ ଦାଖଲ କରି ନଥିବା କିଛି ଖିଲାଫିଙ୍କ ନିକଟକୁ ନୋଟିସ୍ ପଠାଇ ବଡ଼ ହିନସ୍ତା ଭୋଗିଛି ଆୟକର ବିଭାଗ ।

ସ୍ୱାମୀଙ୍କ ସହିତ ମିଶି ଘରବାଡ଼ି କିଣିଲେ, ଆୟକର ବିଭାଗ ଜାଲରେ ଫସିଗଲେ ପତ୍ନୀ । ଆୟକର ନୋଟିସ୍ ପାଇବା ପରେ କୋର୍ଟଙ୍କ ଦ୍ୱାରସ୍ଥ ହେଲେ । କୋର୍ଟ ମାମଲାଟିର ବିଚାର କରି ମହିଳାଙ୍କ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି ।

ଘଟଣାଟି ଏହିପରି, ମିଷ୍ଟର ଚାଟାର୍ଜୀ ଦିଲ୍ଲୀ-ଏନସିଆର ଅଂଚଳରେ ତାଙ୍କ ମାଲିକାନାରେ ଘରଟିକୁ ବିକିଦେଲେ । ପତ୍ନୀଙ୍କ ସହିତ ମିଶି ୨୦୧୦ ଏପ୍ରିଲ ୩୦ ତାରିଖରେ ୬୦ ଲକ୍ଷ ବିନିମୟରେ ଆଉ ଗୋଟିଏ ଘର କିଣିଲେ ।

ମିଷ୍ଟର ଚାଟାର୍ଜୀ ତାଙ୍କର ଆଇଟି ରିଟର୍ଣ୍ଣ ଦାଖଲ ସମୟରେ ସବୁ କିଛି ସରଳ ଭାଷାରେ ଲେଖିଦେଲେ ଓ ଆୟକର ଛାଡ଼ ଖସଡ଼ା ଧାରା ୫୪ ଆଧାରରେ ଟିକସ ଛାଡ଼ ଦାବି କଲେ ।

ମିଷ୍ଟର ଚାଟାର୍ଜୀ ଓ ତାଙ୍କ ପତ୍ନୀ ଦିଲ୍ଲୀ-ଏନସିଆର ଘରଟିକୁ ବିକି ଯୋଉ ଟଙ୍କା ପାଇଲେ, ସେହି ଟଙ୍କାରେ ନୂତନ ଘରଟିଏ କିଣିବା ବିଷୟଟିକୁ ଆୟକର ବିଭାଗକୁ ଜଣାଇ ଥିଲେ ।

ତଥାପି ଆୟକର ବିଭାଗ ପତ୍ନୀଙ୍କ ନିକଟକୁ ନୋଟିସ୍ ପଠାଇ ସଂପତ୍ତି କିଣିବା ପାଇଁ ଟଙ୍କା କୋଉଠୁ ଆଣିଲ? କୋଉ ବାଟରେ ନିବେଶ କଲ; ସବୁ କିଛି ବିସ୍ତାରିତ ଭାବେ ଦର୍ଶାଇବାକୁ ତାଗିଦ କଲେ ।

କଥା କ’ଣ କି, ଅଧିକ ଟଙ୍କା ବିନିମୟରେ ଘର କିଣିଥିବାରୁ ସବ୍-ରେଜିଷ୍ଟ୍ରାର ଆୟକର ବିଭାଗ ନିକଟକୁ ଚିଠି ଲେଖି ଜଣାଇ ଦେଲା ଯେ ମହିଳା ଜଣକ ୭୦ ଲକ୍ଷ ଟଙ୍କା ବିନିମୟରେ ନୂଆ ଘରଟିଏ କିଣିଛନ୍ତି ।

ଏ କଥା ଜାଣିବା ପରେ ଆୟକର ବିଭାଗ ଆଗପଛ ବିଚାର ନକରି ମହିଳାଙ୍କ ନିକଟକୁ ନୋଟିସ୍ ପଠାଇ ଦେଲା । ସଂପୃକ୍ତ ମହିଳା ଜଣକ ନୋଟିସର ଜବାବ ନଦେବାରୁ ଆୟକର ବିଭାଗର କନିଷ୍ଠ ଅଧିକାରୀ ଉପର ଅଧିକାରୀଙ୍କ ସୁପାରିଶ ବଳରେ ଆଉ ଗୋଟିଏ ନୋଟିସ୍ ପଠାଇଲେ ।
ମହିଳା ଜଣକ ଏଥର ଆୟକର ବିଭାଗକୁ ନ ଯାଇ ସିଧାସଳଖ କୋର୍ଟକୁ ଚାଲିଗଲେ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ସଂପୃକ୍ତ ମହିଳାଙ୍କୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି ।