ମୋହନ ସରକାରଙ୍କ ମହାକାଳ ଫଳ ‘ସବୁଜ ସୁନ୍ଦର ଆମ ଭୁବନେଶ୍ୱର’

ମୋହନ ସରକାରଙ୍କ ମହାକାଳ ଫଳ ‘ସବୁଜ ସୁନ୍ଦର ଆମ ଭୁବନେଶ୍ୱର’ । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ (ବିଏସସିଏଲ) ଓ ଭୁବନେଶ୍ୱର ମହାନଗର ନିଗମ ଅଫିସଟା ଦେଖିବାକୁ ଭାରି ସୁନ୍ଦର ।

ସେଥିରେ କାମ କରୁଥିବା ଲୋକମାନେ ଭାରି ସଫାସୁତରା । ସେମାନଙ୍କ ଗାଡ଼ିଗୁଡ଼ାକ ଭାରି ଚିକ୍କଣ । ସେମାନଙ୍କ ଭିତରେ ଲୋକଙ୍କ ସମସ୍ୟାକୁ ସମାଧାନ କରିବାର ନିଶା, ସେଗୁଡ଼ାକ ଦେଖି ତାଟକା ହୋଇଯାଇଛି ଗ୍ଲୋବାଲ ସାଉଥ୍ ୟଙ୍ଗ୍ ଡିପ୍ଲୋମାଟ୍ସ ଫୋରମ୍ ।

ପୃଥିବୀର ଖୁବ୍ କମ୍ ଦେଶର ଲୋକମାନଙ୍କୁ ଏଭଳି ସୁଖସୁବିଧା ଯୋଗାଇ ଦେଉଛନ୍ତି ସେଠାକାର ସରକାର ଓ ସରକାରୀ କର୍ମଚାରୀ ।

ଭୁବନେଶ୍ୱର ସହରାଂଚଳ ଭିତରେ ରହୁଥିବା ଲୋକମାନଙ୍କୁ ୨୪ ଘଂଟିଆ ପାଣି ବିଜୁଳି ସେବା ଯୋଗାଇ ଦିଆଯାଉଥିବା ବିଷୟର ବାସ୍ତବିକତା କେତେ କଦର୍ଯ୍ୟ, ତାହା ଭୁକ୍ତଭୋଗୀ ଜାଣନ୍ତି ।

ଅବଶ୍ୟ ଅତିଥି ମହଲଙ୍କ ଆଗରେ ସ୍ମାର୍ଟସିଟିର ସ୍ମାର୍ଟ କର୍ମଚାରୀଙ୍କ କଦର୍ଯ୍ୟ ଚେହେରା ଦେଖାଇବା ଓ ବଖାଣିବା ଅତି ଖରାପ କଥା । ଘରର ଛିଦ୍ରକୁ ପରକୁ ଦେଖାଇ ଘର ପରିଚାଳକଙ୍କୁ ଅପମାନିତ କରିବା ସିନା ଆମ ପକ୍ଷେ ଖରାପ ।

କିନ୍ତୁ ଘରଛାତରେ ଥିବା ଛିଦ୍ରକୁ ଘର ଭିତରେ ଶୋଇ ଖୋଲା ଆକାଶକୁ ଉପଭୋଗ କରିବାର ଅଭିନବ ପନ୍ଥା କହି ଅତିଥିଙ୍କ ଆଗରେ ବଡ଼ିମା ଦେଖାଉଥିବା କର୍ମଚାରୀଙ୍କ ପକ୍ଷେ ଗୌରବର କଥା?