ଡିଜିଟାଲ୍ ରେପ୍ ମାମଲାର ବିଚାର କରି ଜଷ୍ଟିସ୍ ହେମରାଜ ମିତ୍ତଲଙ୍କ କୋର୍ଟ ଆସାମୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ଓ ୬୦ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଛନ୍ତି ।
ମାମଲା ୨୦୨୦ ମାର୍ଚ୍ଚ ପହିଲା ଦିନର । ପଂଚମ ଶ୍ରେଣୀର ଛାତ୍ରୀଙ୍କ ପ୍ରତି ଅମାନୁଷିକ ବ୍ୟବହାର ପ୍ରଦର୍ଶନ କରିଥିଲା ଅଭିଯୁକ୍ତ । ଫରିଦାବାଦର ସେକ୍ଟର ୫୮ ଅଂଚଳରେ ପୀଡ଼ିତ ପରିବାରଙ୍କ ସହିତ ରହୁଥିଲା ଅଭିଯୁକ୍ତ ।
ପୀଡ଼ିତାଙ୍କ ବାପା ଏକ ଘରୋଇ କଂପାନୀରେ କାମ କରନ୍ତି । ପୀଡ଼ିତାଙ୍କ ମା’ ଗୃହିଣୀ ।
ପୀଡ଼ିତାକୁ ପ୍ରାୟ ତିନିମାସ ଧରି ହଇରାଣ କରୁଥିଲା ତା’ର ସଂପର୍କୀୟ ଭାଇ ମହେଶ । ଫେବୃଆରୀ ୨୮ ତାରିଖ ଦିନ ମଉକା ପାଇ ମହେଶ ପୀଡ଼ିତାକୁ ତା’ ଘରକୁ ଡାକିଲା ଓ ତା’ ସହିତ ଡିଜିଟାଲ ରେପ୍ କଲା ।
ପୀଡ଼ିତା ବିରୋଧ କରିବାରୁ ମହେଶ ତାକୁ ଧମକ ଦେଲା ।
ମହେଶ ହାବୁଡ଼ରୁ କୌଣସି ପ୍ରକାରେ ଖସି ପଳାଇବା ପରେ ପୀଡ଼ିତା ତା’ ମା’ଙ୍କ ଆଗରେ ସବୁ କଥା ଜଣାଇଲା ।
ମାର୍ଚ୍ଚ ପହିଲା ଦିନ ପୀଡ଼ିତାକୁ ସାଙ୍ଗରେ ଧରି ତା’ ମା’ ଥାନାକୁ ଗଲେ, ଲିଖିତ ଅଭିଯୋଗ କଲେ ।
ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା କାଣ୍ଡ ପରେ ଆଇନ ବ୍ୟବସ୍ଥାରେ ସଂଶୋଧନ କରାଯାଇ ଡିଜିଟାଲ ରେପ୍ ଶବ୍ଦଟିକୁ ସାମିଲ କରାଯାଇଛି ।
ପୀଡ଼ିତାଙ୍କ ଗୁପ୍ତାଙ୍ଗରେ ଅଙ୍ଗୁଳି ଅବା ଯେ କୌଣସି ସାମଗ୍ରୀ ପ୍ରବେଶ କରାଇବା ଡିଜିଟାଲ ରେପ୍ । ଏ ପ୍ରକାର ଅପରାଧ ମଧ୍ୟ ସାଂଘାତିକ ଅପରାଧ ।