ଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା ପରେ ଅଭିନେତା ବୁଦ୍ଧାଦିତ୍ୟ ଡାକ୍ତରଖାନାକୁ ଯାଇଛନ୍ତି ।
କଟକ ସିଡିଏ ସ୍ଥିତ ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି । ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନ ଦୁନିଆରେ ବୁଦ୍ଧାଦିତ୍ୟ ବେଶ ଲୋକପ୍ରିୟ ।
ବହୁ ବଳିଷ୍ଠ ଭୂମିକାରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ମୁଗ୍ଧ କରିଛି ।
ଅଭିଜ୍ଞ ଡାକ୍ତର ଟିମ୍ ତାଙ୍କୁ ସୁସ୍ଥ କରିବାକୁ ଲାଗି ପଡ଼ିଛନ୍ତିି ।
ବୁଦ୍ଧାଦିତ୍ୟଙ୍କ ପ୍ରଶଂସକ ଓ ସାଙ୍ଗସାଥୀମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।