ଜାଲ ସାର୍ଟିଫିକେଟ୍ ବଳରେ ଚାକିରି କରି ୨୬ ଗିରଫ

ଜାଲ ସାର୍ଟିଫିକେଟ୍ ବଳରେ ଚାକିରି କରି କ୍ରାଇମ୍ ବ୍ରାଂଚ୍ ହାତରେ ପ୍ରାୟ ୨୬ ଜଣ ଧରା ପଡ଼ିଛନ୍ତି ।

କ୍ରାଇମ୍ ବ୍ରାଂଚ କହିଛି ଯେ ପ୍ରାଥମିକ ପର୍ଯ୍ୟାୟରେ ୨୬ ଜଣ ଧରା ପଡ଼ିଛନ୍ତି । ଧରପଗଡ଼ ଶେଷ ହୋଇନି ।

ଆଗାମୀ ଦିନରେ ଜାଲ ସାର୍ଟିଫିକେଟ୍ ଧାରୀଙ୍କ ସଂଖ୍ୟା ବଢ଼ିପାରେ ।

ଗୁରୁବାର ଦିନ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ଅନ୍ତର୍ଗତ କୁଣ୍ଡାବନ୍ଧ ନିବାସୀ ମଳୟ ଭୋଇଙ୍କୁ ଗିରଫ କରାଯାଇଛି । ମଳୟକୁ ମିଶାଇ ଏ ଯାଏ ମୋଟ ୨୬ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତଙ୍କ ଭିତରୁ ଅଧିକାଂଶ ବଲାଙ୍ଗିର ଜିଲ୍ଲାରେ ଚାକିରି କରିଥିଲେ ।

ପ୍ରଶାସନର ଗଳାବାଟ ଦେଇ ବହୁ ଯୁବକ ଯୁବତୀ ଜାଲ ସାର୍ଟିଫିକେଟ୍ ବଳରେ ଚାକିରି ହାସଲ କରିଛନ୍ତି । ଫଳରେ ଯୋଗ୍ୟ ଯୁବକ ଯୁବତୀମାନେ ସରକାରୀ ଚାକିରିରୁ ବଂଚିତ ହେଉଛନ୍ତି ।