ଚଳିତ ପାର୍ବଣ ଋତୁରେ ଜମିବ ସୁନା ବଜାର

ଚଳିତ ପାର୍ବଣ ଋତୁରେ ସୁନା ଅଳଙ୍କାର ବଜାର ବେଶ ଜମିବ ବୋଲି ବେପାରୀମାନେ ପୂର୍ବାନୁମାନ କରିଛନ୍ତି ।

ଭାରତରେ ଅଧିକାଂଶ ପରିବାର ଭୋକ ଉପାସରେ ରହିବାକୁ ରାଜି । ମାତ୍ର ବନ୍ଧୁବାନ୍ଧବଙ୍କ ଘରକୁ ବେକରେ ସୁନା ଚେନଟିଏ ପକାଇ ଯିବାକୁ ଭଲ ପାଆନ୍ତି ।

ଅଧିକାଂଶ ଭାରତୀୟ ସ୍ୱାମୀ ବିବାହିତା ପତ୍ନୀଙ୍କ ବେକରେ ସୁନା ହାରଟିଏ ପକାଇବା ପାଇଁ ସମାଜରେ ବଦନାମ ହେବାକୁ ପଛାନ୍ତିନି ।

ଶୁକ୍ରବାର ଦିନ ଭୁବନେଶ୍ୱର ବଜାରରେ ୨୪ କ୍ୟାରେଟ୍ ମାନର ଭରିଏ (୧୦ ଗ୍ରାମ) ସୁନା ଦାମ ୧ ଲକ୍ଷ ୧୧ ହଜାର ୩୩୦ ଟଙ୍କା ।

୨୨ କ୍ୟାରେଟ୍ ମାନର ଭରିଏ (୧୦ ଗ୍ରାମ) ସୁନା ଦାମ ୧ ଲକ୍ଷ ୨ ହଜାର ୫୦୦ ଟଙ୍କା । ଗୁରୁବାର ଦିନ ୨୪ କ୍ୟାରେଟ୍ ସୁନା ଭରି ଦାମ ୧ ଲକ୍ଷ ୧୧ ହଜାର ୧୭୦ ଟଙ୍କା ଥିଲା । ୨୨ କ୍ୟାରେଟ୍ ସୁନା ଭରି ମୂଲ୍ୟ ୧ ଲକ୍ଷ ୨ ହଜାର ୯୦୦ ଟଙ୍କା ଥିଲା ।

ଗତ ୨୪ ଘଂଟା ଭିତରେ ଭାରତରେ ରୂପା କିଲୋ ପିଛା ୨ ହଜାର ଟଙ୍କା ବୃଦ୍ଧି ପାଇଛି । ଶୁକ୍ରବାର ଦିନ ସର୍ବଭାରତୀୟ ସ୍ତରରେ ରୂପା କିଲୋ ୧ ଲକ୍ଷ ୩୧ ହଜାର ଟଙ୍କା ରହିଛି ।

ଭୁବନେଶ୍ୱରରେ ରୂପା କିଲୋ ପିଛା ୧ ଲକ୍ଷ ୪୩ ହଜାର ଟଙ୍କା ଅଛି ।