ରାଜ୍ୟରେ ପ୍ରତିଷ୍ଠିତ ୧୭ଟି ବିଶ୍ୱବିଦ୍ୟାଳୟରେ ପ୍ରାୟ ୧୯ ଜଣ ଛାତ୍ରୀ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନାର ଶିକାର ହୋଇଥିବାର ସୂଚନା ବିଧାନସଭାକୁ ପ୍ରଦାନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ଉଚ୍ଚଶିକ୍ଷା ବିଭାଗ ନିକଟରେ ମହଜୁଦ ତଥ୍ୟାନୁସାରେ ୬ ଜଣ ଛାତ୍ରୀ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି । ୯ ଜଣ ଛାତ୍ରୀ ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି । ଦୁଇଜଣ ଛାତ୍ରୀଙ୍କ ପ୍ରତି ଅସଦାଚରଣ ପ୍ରଦର୍ଶନ କରାଯାଇଛି ।
ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନର ଲିଖିତ ଜବାବ ଦେଇଥିଲେ ସୂରଜବଂଶୀ ।
ମନ୍ତ୍ରୀ ପୁଣି କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ‘ଶକ୍ତିଶ୍ରୀ’ ପଦକ୍ଷେପ । ଏହି ପଦକ୍ଷେପ ଜରିଆରେ ଶିକ୍ଷାନୁଷ୍ଠାନ ପରିସର ଭିତରେ ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱାରୋପ କରାଯାଉଛି ।