Joint raid ଅବକାରୀ ବିଭାଗ ଏବଂ ପୋଲିସ ର ମିଳିତ ଚଢ଼ାଉ: ବ୍ୟାପକ ଦେଶୀ ମଦ ଜବତ, ୪ ଗିରଫ

Joint raid  ଯୋଡ଼ା: କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାରାଣି ପଟ୍ଟାୟକଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ଅବକାରୀ ଇନିସପେକ୍ଟର ଏଚ ଜଗା ରାଓଙ୍କ ତତ୍ୱାବଧାନରେ ଯୋଡା, ବଡବିଲ ଅବକାରୀ ବିଭାଗ ସମେତ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ ଯୋଡ଼ା ଅବକାରୀ ସବଇନ୍ସପେକ୍ଟର ପ୍ରଶାନ୍ତ ପରିଡା ଏବଂ ଯୋଡା ପୋଲିସ ମିଳିତ ଭାବେ ଶନିବାର ଦିନ ଯୋଡ଼ା ପୌରପାଳିକା ଅନ୍ତର୍ଗତ ୩ ଟି ପୃଥକ ସ୍ଥାନରେ ଚଢ଼ାଉ କରିଥିଲେ।

ତେବେ ଚଢ଼ାଉ ବେଳେ ୫୦୦୦ କେଜି ଦେଶୀ ମହୁଲି ପଚ୍ଚ ଏବଂ ୩୮୯ ଲିଟର ଦେଶୀ ମଦ ଜବତ କରି ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଦେଶୀ ମଦ ଏବଂ ନକଲି ମଦ କୁ ରୋକିବା ପାଇଁ ରାଜ୍ୟବ୍ୟାପୀ ଅବକାରୀ ବିଭାଗ ର ସ୍ପେସିଆଲ ଡ୍ରାଇଭ ଚାଲୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଯୋଡ଼ ପୌରପାଳିକା ଅନ୍ତର୍ଗତ ଉଲି ହୋଟିଂ, ବିଚାକୁଣ୍ଡି ଏବଂ ସହର ର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଏବଂ ପୋଲିସ ମିଳିତ ଚଢ଼ାଉ କରି ସଫଳ ହେଇଥିଲେ। ତେବେ ଅଭିଯୁକ୍ତ ମାନେ ହେଲେ ଯୋଡ଼ା ସ୍ତିତ ବିଚାକୁଣ୍ଡି ଅଞ୍ଚଳର ସୁରେଶ ମୁଣ୍ଡା(୨୫) ଏବଂ ଉଲି ହିଟିଂ ର ମିନା ସିଂ ବୟସ(୫୦ )ବୋଲି ଜଣାପଡିଛି।

ସେହିପରି ଶନିବାର ଦିନ ଦିପହର ରେ ବସନ୍ତ ପୁର ରୁ ଯୋଡ଼ା କୁ ଦେଶୀ ମଦ ବାଇକ ନମ୍ବର (ଓଡ଼ି୦୯ୟୁ ୦୭୫୮)ଯୋଗେ ଚୋରା ଚାଲାଣ କରୁଥିବା ବେଳେ ଯୋଡ଼ା ଅବକାରୀ ଅଧିକାରୀ ପ୍ରଶାନ୍ତ କୁମାର ପରିଡା ୪୫ ଲିଟର ଦେଶୀ ମଦ ଏବଂ ବାଇକ କୁ ଜବତ କରି ୨ ଜଣ କୁ ଗୁରଫ କରି କୋର୍ଟ ଚାଲାଣ କରିଛନ୍ତି।ତେବେ ଅଭିଯୁକ୍ତ ମାନେ ହେଲେ ସୁରେନ୍ଦ୍ର ମୁଣ୍ଡ(୨୧) ଏବଂ ଜ୍ୟୋତି ମାଝୀ(୪୮) ବୋଲି ଜଣାପଡିଛି।

ଅବୈଧ ମଦ ବ୍ୟବସାୟକୁ ନିୟନ୍ତ୍ରଣ କରିବା ପାଇଁ ଏପରି ଯୁକ୍ତ ଅଭିଯାନ ଆଗାମୀଦିନରେ ମଧ୍ୟ ଚାଲୁରହିବ ବୋଲି ଚମ୍ପୁଆ ଅବକାରୀ ଇନ୍ସପେକ୍ଟର ଜାଗା ରାଓ କହିଛନ୍ତି।