ବିଜୟା ଦଶମୀ ମନାଇବାକୁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଜୀ

ବିଜୟା ଦଶମୀ ମନାଇବା ପାଇଁ ଓଡ଼ିଶା ବୁଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ ଜୀ । ବିଜେପି ମୁଖିଆ ମନମୋହନ ସାମଲଙ୍କ ନିକଟରୁ ଶୁଣିବାକୁ ପାଉଥିଲୁ ଯେ ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦିଜୀ ବ୍ରହ୍ମପୁର ବୁଲିବାକୁ ଆସିବେ ।

ମଙ୍ଗଳବାର ଦିନ ଶୁଣିବାକୁ ପାଉଛୁ ପ୍ରଧାନମନ୍ତ୍ରୀ ମୋଦିଜୀ ଝାରସୁଗୁଡ଼ାକୁ ଆସିବେ । ଖବରଟି ଜିଲ୍ଲା ପ୍ରଶାସନ କାନରେ ପଡ଼ିବା କ୍ଷଣି ଜିଲ୍ଲାପାଳଙ୍କ ଆଖିରେ ନିଦ ନାହିଁ ।

କୋଉଠୁ କେତେ ଲୋକ ଆସିବେ, ସୁରକ୍ଷା ବ୍ୟବସ୍ଥା କିପରି କରାଯିବ, ପାର୍କିଂ ସ୍ଥାନ କୋଉଠି ରହିବ । ଏମିତି ନାନା ବିଷୟକୁ କେନ୍ଦ୍ର କରି ଘନ ଘନ ବୈଠକ ଆରମ୍ଭ ହୋଇଯାଇଛି ।

୨୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଛୁଟି ମଞ୍ଜୁର କରାଯିବନି । ସମସ୍ତଙ୍କୁ ଜିଲ୍ଲାପାଳଙ୍କ ଆଦେଶକୁ ମାନିବା ପାଇଁ ତାଗିଦ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ କେନ୍ଦ୍ର କରି ଜିଲ୍ଲାସ୍ତରରେ ଏକାଧିକ କାମ ଆରମ୍ଭ ହୋଇଗଲାଣି ମାତ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦିଷ୍ଟ ସୂଚନା ଆସିନି ।

୨୭ ତାରିଖ ଦିନ ଝାରସୁଗୁଡ଼ାରେ ପ୍ରାୟ ୧ ଲକ୍ଷ ଲୋକଙ୍କ ସମାଗମ ହେବାର ଆଶା କରାଯାଉଛି ।

ମୋଦୀଙ୍କ ଗସ୍ତକୁ ଚାତକ ପରି ଅନାଇ ରହିଛନ୍ତି ମୋହନ ଚରଣ ମାଝି ।