ଭାରତ ଜିତିଲା ଏସିଆ କପ୍

ଷ୍ଟାଡିୟମରେ ଖଚାଖଚ ଭିଡ । ଇଣ୍ଡିଆ ଇଣ୍ଡିଆ ନାରାରେ ଫାଟି ପଡୁଥାଏ ଷ୍ଟାଡିୟମ୍ । ପାକିସ୍ତାନ ପ୍ଲେୟାର ମଧ୍ୟ ଛାଡ଼ିବାକୁ ନାରାଜ ।।ତେବେ ହାଇ ଭୋଲ୍ଟେଜ୍ ମୁକାବିଲାରେ ବାଜି କରିଛି ଭାରତ । ଆଉ ପିନ୍ଧିଛି ଏସିଆ ମୁକୁଟ ।

 

 

ତେବେ ନବମଥର ଏସିଆ କପ୍ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ । ପାକିସ୍ତାନକୁ ଫାଇନାଲ ମ୍ୟାଚରେ ପରାସ୍ତ କରି ଭାରତ ଏହି ରେକର୍ଡ ସୃଷ୍ଟି କରିଛି । ତିଲକ ବର୍ମାଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ଓ ଶିବମ ଦୁବେଙ୍କ ବିସ୍ଫୋରକ ପାଳି ଫଳରେ ଭାରତ ୫ ଓ୍ୱିକେଟରେ ବିଜୟୀ ହୋଇଛି । ଆଉ ପାକିସ୍ଥାନକୁ ଦେଇଛି ଭୟଙ୍କର ଝଟକା । ବିବାଦିତ ମୁକାବିଲାରେ ଧୂଳି ଚାଟିଛି ପାକ୍।

 

ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପାକିସ୍ତାନ ବ୍ୟାଟିଂ ଆରମ୍ଭ କରିଥିଲା । ଦଳ ଦୁଇ ଓପନର ଚମତ୍କାର ବ୍ୟାଟିଂ ଆରମ୍ଭ କରିଥିଲେ । ଦଳ ପକ୍ଷରୁ ସାହିବଜାଦା ଫରହାନ ୫୭ ଓ ଫକର ଜମାନ ୪୬ ରନ କରିଥିଲେ । ହେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ । ଫଳରେ ଦଳ ୧୯ ଓଭର ୧ ବଲ ଖେଳି ୧୪୬ ରନ କରିଥିଲା ।

 

ଭାରତ ପକ୍ଷରୁ କୁଲଦୀପ ୪ ଓ୍ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ ଯଶପ୍ରିତ ବୁମରାହ ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ । ସେହିପରି ୧୪୭ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ ଝଟକା ଦେଇଥିଲା । ଭାରତର ପ୍ରମୁଖ ଟପ ଅର୍ଡର ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା, ଶୁବମନ ଗିଲ୍, ସୂର୍ଯ୍ୟ କୁମାର ଯାଦବ ବିଫଳ ହୋଇଥିଲେ । ଏହାପରେ ପାଳି ସମ୍ଭାଳିଥିଲେ ତିଲକ ବର୍ମା ଆଉ ତାଙ୍କୁ ସାଥ ଦେଇଥିଲେ ସଞ୍ଜୁ ସାମସନ ଓ ଶିବମ ଦୁବେ । ଫଳରେ ଭାରତ ୬ ଓ୍ୱିକେଟରେ ବିଜୟୀ ହୋଇଥିଲା। ଆଉ ଏସିଆ କପ ନିଜ ନାଁରେ କରିଥିଲା ।

 

ତେବେ ମ୍ୟାଚ୍ ପରେ ମଧ୍ୟ କମିନଥିଳା କ୍ରେଜ୍ । ଭାରତୀୟ ଦଳ ଟ୍ରଫି ନବାକୁ ମନା କରି ଦେଇଥିଲା । ପାକ କ୍ରିକେଟ ମୁଖ୍ୟଙ୍କ ହାତରୁ ଟ୍ରଫି ନବାକୁ ରାଜି ନଥିଲା ଟିମ୍ ଇଣ୍ଡିଆ। ତେଣୁ ବିନା ଟ୍ରଫି ରେ ଦଳ କରିଥିଲା ସେଲିବ୍ରେଶନ । ଯାହା ପାକିସ୍ତାନ ପାଇଁ ଆଣିଥିଲା ଆଉ ଗୋଟେ ଲଜ୍ଜା ।