ଲୋକଙ୍କୁ ବୋକା ଭାବୁଛି ବିଜେପି । ବିଜେପି ଲୋକଙ୍କ ଆଗରେ ଗୋଟିଏ ପ୍ରହସନ ଚଳାଇଛି । ୧୪୩ କୋଟି ଲୋକଙ୍କ ଆଗରେ ବିଜେପି ନିଜକୁ ସଚ୍ଚା ଦେଶଭକ୍ତ ବୋଲାଉଛି ।
ଜଣେ ସଚ୍ଚା ଦେଶପ୍ରେମୀ ଚଳିତ ଏସିଆ କପ୍ ଫାଇନାଲକୁ ଆଦୌ ଦେଖି ନଥାନ୍ତା । ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପିସିବି ମୁଖ୍ୟ ନକଭୀଙ୍କ ହାତରୁ ବିଜୟୀ ଟ୍ରଫି ଗ୍ରହଣ କରିବାକୁ ସଫା ମନା କରିଦେଲେ ।
କିନ୍ତୁ ମୁଁ ଗୋଟିଏ ଭିଡିଓରେ ଦେଖିଛି, ଭାରତର ଅଧିନାୟକ ସେମାନଙ୍କ ସହିତ ହାତ ମିଳାଉଛନ୍ତି ଓ ଚା’ ପିଉଥିବାର ଫଟୋ ଉଠାଉଛନ୍ତି । ଆପଣମାନେ ଭାବୁଛନ୍ତି ଲୋକମାନେ ବୋକା ।
ଶିବସେନା ନେତା ସଂଜୟ ରାଉତଙ୍କ ମତରେ ଭାରତ-ପାକିସ୍ତାନ କ୍ରିକେଟ୍ ମୁକାବିଲା ପେହେଲଗାମ୍ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ଅପମାନ ।
ଅପରେସନ ସିନ୍ଦୁର ସମୟରେ ପାକିସ୍ତାନ ହାତରେ ବଳିଦାନ କରିଥିବା ଭାରତୀୟ ସେନାନୀ ପ୍ରତି ଅପମାନ ।
ଆମର ପ୍ରଶ୍ନ ହେଉଛି, ଆପଣମାନେ ପାକିସ୍ତାନ ସହିତ ଖେଳିଲ କାହିଁକି? ଆପଣମାନେ ସହିଦ ଯବାନଙ୍କୁ ଅପମାନିତ କରିପାରିବେନି ।
ପେହେଲଗାମ ଅଂଚଳରେ ମରିଥିବା ଲୋକଙ୍କୁ ଅପମାନିତ କରି ପାରିବେନି । ଆପଣମାନେ ଟ୍ରଫି ଆଣିଲନି, ସେମାନଙ୍କ ଅଧିନାୟକ ସହିତ ହାତ ମିଳାଇନ କି?
ସେମାନଙ୍କ ସହିତ କ୍ରିକେଟ୍ ଖେଳିଲ କାହିଁକି? ଏସବୁ ଦେଶପ୍ରେମ ଡ୍ରାମା ବନ୍ଦ କର ।