ଆଜି ଅଷ୍ଟମୀପୂଜା ଥିବାରୁ ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ବିଭିନ୍ନ ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗି ରହିଛି। ଚଳିତବର୍ଷ ବର୍ଷା ଧୋଇ ଦେବ କି ପୂଜା ବୋଲି ଲୋକଙ୍କ ମନରେ ଛନକା ଭରି ରହିଥିବା ବେଳେ ଅପରାହ୍ନ ଯାଏଁ ପାଖ ଶୁଖିଲା ରହିଛି। ଦିନ ୧୨ପରଠାରୁ ଛୋଟ ଠାରୁ ବଡ଼ ପ୍ରତିଟି ପୂଜା ମଣ୍ଡପଗୁଡ଼ିକରେ ଅଷ୍ଟମୀପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ବଢ଼ିବାରେ ଲାଗିଛି। ସମସ୍ତ ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁମାନେ କିପରି ସୁରୁଖୁରୁରେ ଅଷ୍ଟମୀପୂଜା କରିବେ ସେ ନେଇ ବିଶେଷ ବ୍ୟବସ୍ଥା କରାଯାଇଛି। ମଣ୍ଡପଗୁଡ଼ିକରେ ବାଜୁଥିବା ଢାକ୍ ବାଜାର ଧ୍ବନୀରେ କମ୍ପି ଉଠୁଛି ସହର। ଚାରିଆଡେ ଭରି ରହିଛି ମା’ଙ୍କ ମହକ। ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରର ୧ କିମି ପରିଧି ଏବଂ ବଡ଼ଦାଣ୍ଡରେ ମଦ ଦୋକାନ ରହିବ ନାହିଁ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଏପରରିକି ବଡ଼ଦାଣ୍ଡ ଏବଂ ସଂଯୋଗ କରୁଥିବା ଛୋଟ ଛୋଟ ରାସ୍ତାରେ ଆମିଷ ବିକ୍ରି ବନ୍ଦ କରିବାକୁ ମନ୍ତ୍ରୀ କହିଛନ୍ତି। ଆଧ୍ୟାତ୍ମିକତାର ସୁରକ୍ଷା ଏବଂ ମନ୍ଦିର ପାଖେ କୌଣସି ତାମସିକ କଥା ନ ରହୁ। ମଦ ବିକ୍ରି ବନ୍ଦ ପଲିସୀ ଆସିବା ପରେ ଏହା କଡ଼ାକଡ଼ି କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି।