Forest Department ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ର ମୈlଦୀ ଘୁଣ୍ଟଗାଡିଆ ଜଂଗଲରେ ହାତୀ ପଲରେ ଆହତ ହାତୀ ଛୁଆ। ଭଲକି ଚାଲି ପାରୁ ନାହିଁ ହାତୀ ଛୁଆଟି। ବହୁ କଷ୍ଟରେ ଛେlଟେଇ ଛେlଟେଇ ଯାଉଥିବା ଦେଖାଯାଇଛି।
ବହୁ ସମୟରେ ଚାଲି ପାରୁ ନଥିବା ହାତୀ ଛୁଆଟିକୁ ଅନ୍ୟ ହାତୀ ମାନେ ପଛରୁ ଠେଲି ଠେଲି ନେଉଥିବା ମଧ୍ୟ ଦେଖାଯାଇଛି। ହାତୀ ଛୁଆଟିର ଅବସ୍ଥା ବନ ବିଭାଗ ଜାଣି ମଧ୍ୟ ଏ ଯାଏଁ ହାତୀ ଛୁଆଟିର ଚିକିସ୍ଚା ପାଇଁ କୈଣସି ପଦକ୍ଷେପ ଗ୍ରହଣ କରିନ ଥିବାରୁ ହାତୀ ଛୁଆଟିର ଜୀବନ ସଂକଟରେ ଥିବା ଜଣା ପଡୁଛି।
ହାତୀ ଛୁଆଟିର ଗେlଡଟି ଏକ ମାସ ହେବ କୈଣସି କାରଣ ବସତ କ୍ଷତ ହେଇଥିବା ବେଳେ ହାତୀ ଛୁଆଟିର ଚିକିତ୍ସା ପାଇଁ ବନ ବିଭାଗ କାହିଁକି ଆନ୍ତରିକତା ଦେଖାଉ ନାହିଁ ତାହା ଜଣାପଡୁନାହି।