ତ୍ୱଚାର ଯତ୍ନ ନେବା ପାଇଁ ଅନେକ ପ୍ରକାରର ଟ୍ରିଟମେଣ୍ଟର ସାହାଯ୍ୟ ନିଆଯାଉଛି, ଏହା ଦ୍ୱାରା ତ୍ୱଚା ଉପରେ ଅନେକ କୁପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି ଏବଂ ଖର୍ଚ୍ଚ ମଧ୍ୟ ବହୁତ ହେଉଛି । କିନ୍ତୁ, ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବୁ, ଯେଉଁଥିରେ ବିନା ପଇସା ଖର୍ଚ୍ଚ କରି ଆପଣ ନିଜ ତ୍ୱଚାକୁ ସୁନ୍ଦର କରିପାରିବେ ।
ଚେହେରା ଏବଂ ଶରୀରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଚାଉଳର ବ୍ୟବହାର ପୁରୁଣା ସମୟରୁ ହୋଇଆସୁଛି । ବର୍ତ୍ତମାନ ସମୟରେ ମଧ୍ୟ ଏହା ଚେହେରାରେ ଚମକ ଆଣିବାର ଏକ ଉତ୍ତମ ଉପାୟ । ଚାଉଳକୁ ସିଝାଇବା ପରେ ଯେଉଁ ପାଣି ବଳିଥାଏ, ତାହା ତ୍ୱଚାକୁ ଭଲ ପୋଷଣ ଦେଇଥାଏ ଏବଂ ତ୍ୱଚାକୁ ଚମକଦାର କରିଥାଏ ।
ଚେହେରାରେ ଲଗାଇବା ପାଇଁ ସର୍ବପ୍ରଥମେ ୨ ରୁ ୩ ଚାମଚ ଚାଉଳକୁ ଏକ ଗ୍ଲାସ୍ ପାଣିରେ ରାତିସାରା କିମ୍ବା ୪ ରୁ ୫ ଘଣ୍ଟା ପାଇଁ ଭିଜାଇ ରଖନ୍ତୁ । ତା’ପରେ ଚାଉଳ ଏବଂ ପାଣିକୁ ଅଲଗା କରନ୍ତୁ । ସେହି ପାଣିକୁ ବ୍ୟବହାର କରନ୍ତୁ । ଏହାଛଡ଼ା ଚାଉଳ ସିଝାଇବା ପରେ ବଳିଥିବା ପାଣିକୁ ମଧ୍ୟ ବ୍ୟବହାର କରିପାରିବେ ।