ଅଧିକ ଲୁଣ ସେବନ ଆକସ୍ମିକ ମୃତ୍ୟୁର କାରଣ

ଅଧିକ ଲୁଣ ସେବନ ଆକସ୍ମିକ ମୃତ୍ୟୁର କାରଣ

ଅଧିକ ଲୁଣ ସେବନ କରିବା ପାଇଁ ଡାକ୍ତରମାନେ ବାରଣ କରନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ମୁତାବକ ଜଣେ ବୟସ୍କ ବ୍ୟକ୍ତି ଦୈନିକ ଅତି କମରେ ୫ ଗ୍ରାମ ବା ଗୋଟିଏ ଚାମଚ ଲୁଣ ସେବନ କରିବା ଦରକାର ।

ମାତ୍ର ସର୍ବେକ୍ଷଣରୁ ଜଣାପଡ଼େ, ଭାରତର ସହରାଂଚଳ ଲୋକଙ୍କ ନିୟମିତ ଲୁଣ ସେବନ ପରିମାଣ ହାରାହାରି ୯ ଗ୍ରାମ । ଗ୍ରାମାଚଂଳ ଲୋକଙ୍କ ନିୟମିତ ଲୁଣ ସେବନ ହାରାହାରି ୬ ଗ୍ରାମ ।

ଅଧିକ ଲୁଣ ସେବନ ଫଳରେ ଶରୀରରେ ସୋଡିୟମ ମାତ୍ରା ବଢ଼ିଯାଏ, ଆମ ହୃତପିଣ୍ଡ, ଫୁସଫୁସ, ଯକୃତ, ଅଗ୍ନାଶୟ, କିଡ୍ନୀ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ରୁଗ୍ଣ ହୋଇଯାଏ ।

ଲୁଣ ଆମ ଶରୀର ପାଇଁ ମାରାତ୍ମକ ଲଘୁ ବିଷ କହିଲେ ଠିକ ହେବ । ଧିରେ ଧିରେ ଆମ ଶରୀରକୁ ଭୟଙ୍କର ରୋଗ ଆଡକୁ ଟାଣି ନେଇଯାଏ । ଆମକୁ ହୃଦଘାତ, ରକ୍ତଚାପ, କିଡ୍ନୀ ରୋଗକୁ ବାଟ କଢ଼ାଇଥାଏ ।

ଲୁଣ ଆମ ସମସ୍ତଙ୍କ ପାଇଁ ଜରୁରୀ । ଖାଦ୍ୟକୁ ଅମୃତ ତୁଲ୍ୟ କରିବା କ୍ଷେତ୍ରରେ ଲୁଣର ଅବଦାନ ଯେତିକି, ଆମର ଜୀବନ ଶକ୍ତିକୁ କ୍ଷୟ କରିବା ଦିଗରେ ଲୁଣ ସେତିକି ଦାୟୀ ।

ମୋଟ ଉପରେ କହିଲେ, ଲୁଣ ଆମ ଦୃଷ୍ଟିରେ ଉଭୟ ମହାନାୟକ ଓ ଖଳନାୟକ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଭାରତୀୟ ପିଲାଟି ଦିନରୁ କମ୍ ପରିମାଣର ଲୁଣ ଖାଇଲେ, ଦୀର୍ଘାୟୁ ଓ ନିରୋଗ ରହିପାରିବେ । ଲୁଣ ପ୍ରଥମେ ଆମ ହୃତପିଣ୍ଡକୁ ସଂକ୍ରମଣ କରିଥାଏ ।

ତା’ ପରେ ବୃକକ୍ (କିଡ୍ନୀ)କୁ ସଂକ୍ରମଣ କରେ । ଧିରେ ଧିରେ ରକ୍ତଚାପ ବୃଦ୍ଧି ପାଏ । ଯକୃତ, ଅଗ୍ନାଶୟ, ଫୁସଫୁସ ସଂକ୍ରମିତ ହୁଏ ।

ଆମେ ଉପରକୁ ବେଶ ସୁସ୍ଥ ସବଳ ଦିଶୁଥିଲେ ମଧ୍ୟ ଆମ ଅଲକ୍ଷ୍ୟରେ ଲୁଣ ଆମକୁ କେତେବେଳେ କୋଉଠି ମାରିଦିଏ, ଜାଣିବା ମୁସ୍କିଲ ।