Nuapada by-election : ହଟିବେ ମୋହନ ମାଝି, ବିଜେପି ହୋଇଯିବ ଦୁଇଫାଳ

Nuapada by-election : ନୂଆପଡ଼ା ଉପନିର୍ବାଚନ ମୋହନ ଚରଣ ମାଝିଙ୍କ ଲୋକପ୍ରିୟତା ପ୍ରମାଣ କରିବ । ନୂଆପଡ଼ା ଉପନିର୍ବାଚନ ବିଜେପିର ଲୋକପ୍ରିୟତାକୁ ପ୍ରମାଣ କରିବ । ନୂଆପଡ଼ା ଉପନିର୍ବାଚନ ବିଜେଡିର ଲୋକପ୍ରିୟତାକୁ ପ୍ରମାଣ କରିବ । ନୂଆପଡ଼ା ଉପନିର୍ବାଚନ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତାକୁ ପ୍ରମାଣ କରିବ । ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସର ପତିଆରା ଜଣାପଡ଼ିବ । ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ଜଣାପଡ଼ିବ । ଓଡ଼ିଶା ପ୍ରତି ରାହୁଲ ଗାନ୍ଧୀଙ୍କ ଆନ୍ତରିକତା ପ୍ରମାଣ ହୋଇଯିବ ।

ମୋହନ ବାବୁ ନିଜ ପରିବାର ପାଇଁ ସୁରକ୍ଷା କବଚ ତିଆରି କରିବାକୁ ଅକ୍ଷମ । ମମତା ଦିଦିଙ୍କ ଦୁର୍ବଳ ଶାସନକୁ ସମାଲୋଚନା କରୁଛନ୍ତି । ବାଲେଶ୍ୱରରେ ଜଣେ କଲେଜ ଛାତ୍ରୀ ଗୁରୁଜୀଙ୍କ ଲୋଲୁପ ଦୃଷ୍ଟିର ଶିକାର ଆତ୍ମଦାହ କଲେ । ପୁରୀ ଜିଲ୍ଲାର ବଳଙ୍ଗା ଅଂଚଳର ଜଣେ ଝିଅ ଖଳ ଯୁବକଙ୍କ ଜାଲରେ ପଡ଼ି ମଲେ । କେନ୍ଦୁଝରର ଜଣେ ଆଦିବାସୀ ଝିଅ ଗଣଦୁଷ୍କର୍ମର ଶିକାର ହୋଇ ଜୀବନ ହରାଇଲେ । ରାଜ୍ୟ ସଚିବାଳୟକୁ ସରକାରୀ ଚାକିରି ନିଲାମ କେନ୍ଦ୍ରରେ ପରିଣତ କଲ ।

ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣା ଔଷଧ ଆଳରେ ବିଷ ବିତରଣ କରୁଛ । ପରୀକ୍ଷା ବିଭ୍ରାଟ ପରୀକ୍ଷା ବାତିଲ କରି ଲକ୍ଷାଧିକ ଯୁବକ ଯୁବତୀଙ୍କ ଭବିଷ୍ୟତ ସହିତ ଖେଳୁଛ।

ସରକାରୀ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ, ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅଭାବ, ମଧ୍ୟାହ୍ନଭୋଜନ ଅବ୍ୟବସ୍ଥା, ସୁଭଦ୍ରା ହିତାଧିକାରୀ ଚୟନ ଅବ୍ୟବସ୍ଥା, ରାସନ୍ କାର୍ଡ ହିତାଧିକାରୀ ଚୟନ ଅବ୍ୟବସ୍ଥା । ଚାଷୀଙ୍କୁ ସାର ବିହନ କୀଟନାଶକ ଯୋଗାଣ ଅବ୍ୟବସ୍ଥା ।

ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ସମୟର ଦଳାଚକଟା, କଟକରେ ଦଶହରା ଭସାଣି ସମୟର ସାଂପ୍ରଦାୟିକ ହିଂସାକାଣ୍ଡ ମୋହନ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶାସନର ଗୋଟିଏ ଗୋଟିଏ ଉଦାହରଣ । ଏଭଳି ସରକାରକୁ ୨୦୨୯ ମସିହା ପର୍ଯ୍ୟନ୍ତ ବରଦାସ୍ତ କରିବାକୁ ରାଜ୍ୟବାସୀ ଆଉ ପ୍ରସ୍ତୁତ ନୁହନ୍ତି ।

ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକ ଯାହା କରିପାରିଲେନି, ତାକୁ ମୋହନ ଚରଣ ମାଝିଙ୍କ ନିକଟରୁ ଆଶା କରିବା ଗୁରୁତର ଭୁଲ ।

ଏପରି ଗୁରୁତର ଭୁଲକୁ ସୁଧାରିବା ପାଇଁ ମହାପ୍ରଭୁ ଜଗନ୍ନାଥ ପ୍ରଥମେ ନୂଆପଡ଼ା ଭାଇଭଉଣୀଙ୍କୁ ସୁଯୋଗ ଦେଇଛନ୍ତି । ନୂଆପଡ଼ା ଆସନ ପାଇଁ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅକୁ ପ୍ରାର୍ଥୀ କରିବାର ମାନେ ଅନୁକମ୍ପା ଭୋଟ ବଳରେ ନୂଆପଡ଼ା ଦଖଲ ଅପଚେଷ୍ଟା ।

ଅନୁକମ୍ପା ଭୋଟ୍ ଆଶା କରିବା ଅର୍ଥ ମୋହନମାଝିଙ୍କ ହୁଗୁଳା ଶାସନ । ବିଧାୟକ ବାପା ମରିଯିବା ପରେ ପୁଅଝିଅଙ୍କୁ ଦଳୀୟ ଟିକେଟ୍ ଦେଇ ବିଧାନସଭାରେ ବସାଇବା ଗଣତାନ୍ତ୍ରିକ ବିଚାରଧାରା ପ୍ରତି ଚରମ ଅବିଚାର ।

ବିଜେପି ନିକଟରୁ ଲୋକମାନେ ଗୋଟିଏ ଭଲ ଶାସନ ଆଶା କରୁଥିଲେ, ଗୋଟିଏ ଦଳକୁ ଦୀର୍ଘ ୨୪ ବର୍ଷ କାଳ କ୍ଷମତାରେ ବସାଇ ଲୋକମାନେ ଅନୁକମ୍ପା ଭୋଟ୍ ଦେବାର କୁପରିଣାମ ଭୋଗୁଥିଲେ । ବିଜେଡିର ବିକଳ୍ପ ଭାବେ ବିଜେପିକୁ କ୍ଷମତାସୀନ କଲେ । ବିଜେପି ନିକଟରୁ ଉଚିତ ନ୍ୟାୟ ପାଇବେ ବୋଲି ଆଶା କରୁଥିଲେ । ମାତ୍ର ହେଲା କ’ଣ?

ବିଜେଡି ଦୌରାତ୍ମ୍ୟକୁ ବଳିଗଲା ବିଜେପି ଦୌରାତ୍ମ୍ୟ । ବିଜେଡି ଭଳି ବିଜେପି ଲୋକଙ୍କୁ ଦିନରେ ସପନ ବିକୁଛି । ଶିଳ୍ପାୟନ ସ୍ୱପ୍ନ ଦେଖାଇ ବିଜେପି ଗୋଟିଏ ଲମ୍ବା ଇନିଂସ ଖେଳିବାକୁ ପଡ଼ିଆ ତିଆରି କରୁଛି ।

ରାଜ ପରମ୍ପରା ଭଳି ରାଜନୈତିକ ପରିବାରର ପୁଅଝିଅଙ୍କୁ ବିଧାନସଭାରେ ବସାଇ ସାଧାରଣ ଲୋକଙ୍କ ଜୀବନ ଜୀବିକା ଲୁଟୁଛି ବିଜେପି ।

ନୂଆପଡ଼ା ଉପନିର୍ବାଚନ ମୋହନ ଚରଣ ମାଝିଙ୍କ ଲୋକପ୍ରିୟତା ପ୍ରମାଣ କରିବ । ନୂଆପଡ଼ା ଉପନିର୍ବାଚନ ବିଜେପିର ଲୋକପ୍ରିୟତାକୁ ପ୍ରମାଣ କରିବ । ନୂଆପଡ଼ା ଉପନିର୍ବାଚନ ବିଜେଡିର ଲୋକପ୍ରିୟତାକୁ ପ୍ରମାଣ କରିବ । ନୂଆପଡ଼ା ଉପନିର୍ବାଚନ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତାକୁ ପ୍ରମାଣ କରିବ । ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସର ପତିଆରା ଜଣାପଡ଼ିବ । ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ଜଣାପଡ଼ିବ । ଓଡ଼ିଶା ପ୍ରତି ରାହୁଲ ଗାନ୍ଧୀଙ୍କ ଆନ୍ତରିକତା ପ୍ରମାଣ ହୋଇଯିବ ।