‘ମହାଭାରତ’ରେ କର୍ଣ୍ଣଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ପଙ୍କଜ ଧୀରଙ୍କ ଦେହାନ୍ତ

ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏବେ ଏକ ଦୁଃଖଦ ଖବର ଆସୁଛି: ପ୍ରସିଦ୍ଧ ଅଭିନେତା ପଙ୍କଜ ଧୀରଙ୍କ ଦେହାନ୍ତ ହୋଇଛି।

ତାଙ୍କର 68 ବର୍ଷ ବୟସରେ ମୁମ୍ବାଇରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିବା ଜଣାପଡ଼ିଛି। ଯାହା ଯୋଗୁଁ ଅକ୍ଟୋବର ୧୫ ତାରିଖରେ ସେ ଜୀବନ ଯୁଦ୍ଧରେ ହାରିଗଲେ ଏବଂ ଏହି ଦୁନିଆ ଛାଡି ଚାଲିଗଲେ।

 

ପଙ୍କଜ ଧୀର ନିର୍ଦ୍ଦେଶକ ବି.ଆର. ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣଙ୍କ ପ୍ରତିଷ୍ଠିତ ଭୂମିକାରେ ଅଭିନୟ କରିବା ପାଇଁ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁ ଖବର ଆସିବା ମାତ୍ରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଗଲା।