Girl in ICU being thrashed by HM: ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରୁ ମାଡ଼ ଖାଇ ଆଇସିୟୁରେ ପଞ୍ଚମ ଶ୍ରେଣୀର ଛାତ୍ରୀ

Girl in ICU being thrashed by HM: ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରୁ ମାଡ଼ ଖାଇ ଆଇସିୟୁରେ ପଞ୍ଚମ ଶ୍ରେଣୀର ଛାତ୍ରୀ

ଚେନ୍ନାଇର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରି ସାଂଘାତିକ ଅବସ୍ଥାରେ ଡାକ୍ତରଖାନାର ଆଇସିୟୁରେ ପହଂଚାଇଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ।

ଛାତ୍ରୀଙ୍କର କିଛି ସହପାଠୀ କହିଛନ୍ତି ଯେ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ପ୍ରଧାନ ଶିକ୍ଷୟିତ୍ରୀ ଜଣକ ପ୍ରଥମେ ଛାତ୍ରୀଙ୍କର କେଶକୁ ଧରି ଟଣାଓଟରା କରିଥିଲେ । ତା’ ପରେ ଗୋଟିଏ ବାଡ଼ିରେ ପିଟିପିଟି ଲହୁଲୁହାଣ କରିଥିଲେ ।

ବାଡ଼ିଟି ଭାଙ୍ଗିଯିବା ପର୍ଯ୍ୟନ୍ତ ପିଟି ଚାଲିଥିଲେ ପ୍ରଧାନ ଶିକ୍ଷୟିତ୍ରୀ କେ ଇନ୍ଦିରା ଗାନ୍ଧୀ ।

ମାମଲାଟି କ୍ରମେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା । ଅଭିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।

ମାଡ଼ ଖାଇଥିବା ଛାତ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥା କ୍ରମେ ଖରାପ ଆଡକୁ ଗତି କରୁଛି ।

ଛାତ୍ରୀଙ୍କ ମୁଣ୍ଡରେ ଭୀଷଣ ଆଘାତ ଲାଗିଛି । ତାଙ୍କ ମସ୍ତିଷ୍କରେ କୌଣସି ସ୍ନାୟୁ କ୍ଷତିଗ୍ରସ୍ତ ହୋଇଥିବାରୁ ରକ୍ତ ବାହାରୁଥିବା ଜଣାପଡ଼ିଛି ।

ପିଲାଟିର ମୁଣ୍ଡ ଭୀଷଣ ବଥା ହେଉଛି । ପିଲାଟିର ଦେହରେ ସବୁବେଳେ ତାତି ରହୁଛି ।

ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଆଶଙ୍କା କରୁଛନ୍ତି ଡାକ୍ତର ।