Good salary with no work: ବିନା କାମରେ ଦରମା ପାଇ ଆରାମ କରିବାର ସହଜ ବାଟ ହେଉଛି ସରକାରୀ ଚାକିରି ।
ଜମିବାଡ଼ି ବିକି ସରକାରୀ ଚାକିରି କରିବାର ମୋହ ଅଧିକାଂଶ ଯୁବଗୋଷ୍ଠୀଙ୍କୁ ସଂକ୍ରମଣ କରିଛି । ସରକାରୀ ଚାକିରିରେ ଧୂଳିମଳି ନାହିଁ । ପାଣିକାଦୁଅ ନାହିଁ । ଖାଲି ଲାଭ ଆଉ ଲାଭ । କ୍ଷତିର ପ୍ରଶ୍ନ ନାହିଁ ।
ଏମିତି ଏକ ମାନସିକତା ଆଜିର ଯୁବଗୋଷ୍ଠୀଙ୍କୁ କର୍ମଭୀରୁ କରିଛି ।
ସରକାରୀ ଚାକିରି କରିବ ତ ବନ କର୍ମଚାରୀଟିଏ ହେବ । ଜଙ୍ଗଲ ଭିତରେ କାମ କରିବା ଦରକାର ନାହିଁ । ଉଚ୍ଚ ଅଧିକାରୀଙ୍କୁ ମନାଇ ରଖିପାରିଲେ ବିନା କାମରେ ଦରମା ଗଣ୍ଡାକ ପାଇବା ସହଜ ହୋଇଯାଏ ।
ବନରକ୍ଷୀ କାର୍ଯ୍ୟାଳୟ ନିକଟରୁ ମାତ୍ର ୪୦୦ ମିଟର ଦୂରରେ ବିଜୁଳି ତାର ବିଛା ଯାଇଥିଲା କୌଣସି ଜଙ୍ଗଲୀ ଜନ୍ତୁକୁ ଧରିବା ପାଇଁ ।
ବନ କର୍ମଚାରୀମାନେ ସେ ସଂପର୍କରେ କିଛି ସୁରାକ ପାଇଲେନି ।
ସେହି ବିଜୁଳି ତାର ସଂସ୍ପର୍ଶରେ ଆସିଥିଲେ କର୍ଲା ନିବାସୀ ୪୫ ବର୍ଷୀୟ ବଲ୍ଲଭ ସିଦାର ଓ ୪୨ ବର୍ଷୀୟ ରାଜକୁମାର ବିର୍ଜା । ବଲ୍ଲଭ ପ୍ରାଣ ହରାଇଲେ ଓ ରାଜକୁମାର ଡାକ୍ତରଖାନାରେ ଚିକିତ୍ସାଧୀନ ।
ଏମିତି ଏକ ଘଟଣା ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକ ଅଂଚଳରେ ଦେଖିବାକୁ ମିଳିଛି ।
ସ୍ଥାନୀୟ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଗୁଡ଼ାଏ ପ୍ରଶ୍ନ ଭିତରୁ ଗୋଟିଏ ପ୍ରଶ୍ନ ହେଉଛି, ବନ କର୍ମଚାରୀଙ୍କ ଅଜାଣତରେ ବନରକ୍ଷୀଙ୍କ କାର୍ଯ୍ୟାଳୟ ନିକଟରେ ବିଜୁଳି ତାର ବିଛା ସମ୍ଭବ?