Zero action on Chief Minister’s direction: ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ମାନୁନାହାନ୍ତି ପୁଲିସ

Zero action on Chief Minister’s direction: ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ଗୋଟିଏ କାନରେ ପୁରାଇ ଆର କାନରେ ବାହାର କରି ଦେଉଛନ୍ତି ଓଡ଼ିଶା ପୁଲିସ ।

ଏଭଳି ଲୋକଟିକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାବାସୀଙ୍କ ପ୍ରତି ସୁବିଚାର କରିଛନ୍ତି?

ବିଜେପିକୁ ଭୋଟ ଦେଇ ଓଡ଼ିଶାବାସୀ ମୁଣ୍ଡରେ ହାତ ପିଟୁଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା । ନବୀନଙ୍କୁ ବଳିଗଲା ମୋହନ । ମୋଦୀଙ୍କ କଥାକୁ ବିଶ୍ୱାସ କରି ଆମେ ବିରାଟ ଭୁଲ କରିଛୁ ।

ଆଉ ବିଜେପିକୁ ଭୋଟ ଦେବୁନି ।

ମହିଳା ଏସ୍ ଆଇଙ୍କୁ ମହିଳା ଥାନାରେ ବେଜିତ କରାଯିବା ଘଟଣା ମୋହନ ବାବୁଙ୍କ ଅମଳରେ ଏକ ଐତିହାସିକ ଘଟଣା ।

ସଂପୃକ୍ତ ମହିଳା ଏସ୍ ଆଇ ଜଣକ ଜଣେ ଆଇଆଇସିଙ୍କ ବିରୋଧରେ ଅଭିଯୋଗ କରିବାକୁ ଯାଇ ମହିଳା ଥାନାରେ ହିନସ୍ତା ଭୋଗିଥିଲେ । ପୁଲିସ ଚାକିରି କରିଥିବା ଜଣେ ମହିଳା ଯଦି ତାଙ୍କରି ବିଭାଗରେ ହିନସ୍ତା ଭୋଗନ୍ତି, ଅପମାନିତ ହୁଅନ୍ତି, ସାଧାରଣ ମହିଳାଙ୍କ କଥା କହିବା କ’ଣ?

ଅସାମାଜିକ ଲୋକଙ୍କ ଶିକାର ହୋଇ ସାଧାରଣ ଲୋକଟିଏ ଥାନାକୁ ଯାଇଥାଏ ନ୍ୟାୟ ପାଇବା ଆଶାରେ । ଥାନାରେ ପୁଲିସ କର୍ମଚାରୀଙ୍କ ବ୍ୟବହାର ଯଦି ଅସାମାଜିକ ଲୋକଙ୍କ ତାଡ଼ନାକୁ ବଳିଯାଏ, ସାଧାରଣ ଲୋକଟି ଆଉ କାହା ଆଗରେ ଗୁହାରି କରିବ?

ଥାନାରୁ ହତାଶ ହେବା ପରେ ସାଧାରଣ ଲୋକଟି ଦୃଷ୍ଟିରେ ଅଦାଲତକୁ ପଡ଼ିଥିବା ବାଟ ଛଡ଼ା ଆଉ କିଛି ଦିଶେନା । ଗତ ୧୦ ମାସ ଭିତରେ ଭୁବନେଶ୍ୱର କୋର୍ଟରେ ପ୍ରାୟ ୯ ହଜାରଟି ୱାନ୍ ସିସି ମାମଲା ରୁଜୁ କରାଯିବା ତଥ୍ୟ ଥାନା ପ୍ରତି ସାଧାରଣ ଲୋକଙ୍କ ଦୃଷ୍ଟିକୋଣକୁ କଟାକ୍ଷ କରୁଛି ।

ଅଦାଲତ ନିକଟରୁ ଚାପ ପାଇବା ପରେ ପୁଲିସ ମାମଲା ରୁଜୁ କରୁଛି । ସାଧାରଣ ଲୋକଟିଏ ହାତରେ ଅଭିଯୋଗ ପତ୍ରଟିଏ ଧରି ଥାନାରେ ପହଂଚିଲେ ତାଙ୍କୁ ଥାନାରେ ମିମାଂସା କରିବାକୁ ଚାପ ପକାଯାଉଛି ।

ପୁଲିସ ଅଧିକାରୀଙ୍କ ବିରୋଧରେ ଏ ପ୍ରକାର ଅଭିଯୋଗ କିଛି ଆଇନଜୀବୀ କରିଛନ୍ତି ।