Youth returned after 13 years: ମୃତ ଭାବି ଭସାଇ ଦେଲେ, ୧୩ ବର୍ଷ ପରେ ଫେରିଲେ ଯୁବକ
Youth returned after 13 years: ମୃତ ଭାବି ପରିବାର ଲୋକ ଗଙ୍ଗାନଦୀରେ ଭସାଇ ଦେଇଥିଲେ ।
କିନ୍ତୁ ସଂପୃକ୍ତ ଯୁବକ ଜଣକ ୧୩ ବର୍ଷ ପରେ ଜୀବିତ ଅବସ୍ଥାରେ ଘରକୁ ଫେରିଛନ୍ତି । ପରିବାର ଲୋକଙ୍କ ମନରେ ଆନନ୍ଦ କାହିଁରେ କ’ଣ? ସାଧାରଣ ଲୋକମାନେ ଆଶ୍ଚର୍ଯ୍ୟ ଚକିତ ।
ତ୍ତର ପ୍ରଦେଶର ବୁଲନ୍ଦସହର ଅନ୍ତର୍ଗତ ସୁରଜପୁର ଟିକରି ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ଦୀପୁକୁ ଜୀବିତ ଫେରିବାର ଦେଖି ଗ୍ରାମବାସୀଙ୍କ ମନରେ ନାନା ପ୍ରଶ୍ନ ।
୧୩ ବର୍ଷ ପୂର୍ବେ ଦୀପୁଙ୍କୁ ଗୋଟିଏ ବିଷଧର ସାପ ଦଂଶନ କରିଥିଲା ।
ଦୀପୁଙ୍କ ବାପା ସୁଖପାଲ କହନ୍ତି, ଯାବତୀୟ ଚିକିତ୍ସା ପରେ ଦୀପୁକୁ ମୃତ ଘୋଷଣା କରି ଦିଆଗଲା ।
ସାପଚୋଟ ମୁହଁରୁ ମଣିଷ ଜୀବିତ ଫେରିବା କଥା ଉପରେ ସଂପୃକ୍ତ ଗ୍ରାମର ମହିଳା ଓ ଦୀପୁଙ୍କ ମା ସୁମନ ଦେବୀଙ୍କର ଅତୁଟ ବିଶ୍ୱାସ ଥିଲା । ଦୀପୁଙ୍କ ଶରୀରକୁ ଗଙ୍ଗାରେ ଭସାଇ ଦିଆଯିବା ଦେଖି କିଛି କେଳା ଗଙ୍ଗା କୂଳେ କୂଳେ ପ୍ରାୟ ହରିଆଣା ପର୍ଯ୍ୟନ୍ତ ଗଲେ ।
କେଳାମାନେ ଦୀପୁଙ୍କ ଶରୀରକୁ ପାଣିରୁ ଉଦ୍ଧାର କରି ହରିଆଣାସ୍ଥିତ ବଙ୍ଗାଳୀ ବାବାଙ୍କ ଆଶ୍ରମକୁ ନେଇଗଲେ । ବାବାଙ୍କ ପରାମର୍ଶ କ୍ରମେ କେଳାମାନେ ଦୀପୁଙ୍କୁ ଧରି ପଶ୍ଚିମବଙ୍ଗ ନେଇଗଲେ । ପଶ୍ଚିମବଙ୍ଗରେ ଦୀର୍ଘ ୬-୭ ବର୍ଷ ରହିବା ପରେ ଦୀପୁକୁ ପୁଣି ହରିଆଣାକୁ ନିଆଗଲା ।
ଦୀପୁଙ୍କର ଚିକିତ୍ସା ଚାଲିଥିବା କଥା ତାଙ୍କର ପରିବାର ଜାଣିବାକୁ ପାଇଲେ । ସେମାନେ ଦୀପୁଙ୍କୁ ଖୋଜିବାକୁ ଯାଇ ହରିଆଣାର ପଲବଲରେ ପହଂଚିଲେ ।
ଦୀପୁ ତାଙ୍କର ମା’ ବାପାଙ୍କୁ ଚିହ୍ନିଲେ । କିନ୍ତୁ ଚିକିତ୍ସା ଚାଲିଥିବା କାରଣରୁ ଦୀପୁଙ୍କୁ ଛାଡ଼ି ମା’ ବାପା ଘରକୁ ଫେରିଗଲେ ।
ଅକ୍ଟୋବର ୨୫ ତାରିଖ ଦିନ ଦୀପୁ କିଛି ସାଧୁସନ୍ଥଙ୍କ ସହିତ ସୂରଜପୁର ଗ୍ରାମରେ ପହଂଚିଲେ ।
୧୩ ବର୍ଷ ତଳେ ସାପ ଚୋଟ ମାରିଥିଲା । ୧୩ ବର୍ଷ ପରେ ପରିବାର ନିକଟକୁ ଫେରିବା ଦେଖି କିଛି ଲୋକ କାନକୁ ବିଶ୍ୱାସ କରି ପାରୁନାହାନ୍ତି ।