ଏଥର ପାଞ୍ଚଦିନ ବଦଳରେ ୪ ଦିନ ପଞ୍ଚୁକ

ଦିନକ ପରେ ଅର୍ଥାତ୍ ରବିବାର ମହାକାର୍ତ୍ତିକ

ଦିନକ ପରେ ଅର୍ଥାତ୍ ରବିବାର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ। ନଭେମ୍ବର ୨ ତାରିଖରୁ ପଞ୍ଚୁକବ୍ରତ ପାଳନ କରିବେ ବ୍ରତଧାରୀ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । କାର୍ତ୍ତିକର ସ୍ବତନ୍ତ୍ର ବାଳଭୋଗ ଧୂପ ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୪ଟା ରୁ ଦ୍ୱାରଫିଟା ସହ ସଅଳ ନୀତି ଉପରେ ଗୁରୁତ୍ବ ଦିଆଯାଇଛି ।

ପଞ୍ଚୁକରେ ଭିଡ ପାଇଁ ଭିତର କାଠଦର୍ଶନ ବାରଣ ରହିଥିବା ବେଳେ ଏହି ସମୟରେ କେବଳ ବାହାର କାଠ ଦର୍ଶନ କରିପାରିବେ ଭକ୍ତ  । ତେବେ ପଞ୍ଚକରେ ଭିଡକୁ ଦୃଷ୍ଟିରେ ରଖି ହୋଇଛି ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା । ମାର୍କେଟ ଛକ ଠାରୁ ମରଚିକୋଟ, ମରିଚିକୋଟ ଠାରୁ ଶ୍ରୀନଅର , ଶ୍ରନଅର ଠାରୁ ସିଂହଦ୍ୱାର ତିନି ପର୍ଯ୍ୟାୟରେ ହୋଇଛି ବ୍ୟାରିକେଡ଼ ଦର୍ଶନ ବ୍ୟବସ୍ଥା । ତିଥି କ୍ଷୟ ଯୋଗୁଁ ଚଳିତଥର ପାଞ୍ଚଦିନ ପରିବର୍ତ୍ତେ ୪ ଦିନ ବିଶିଷ୍ଟ ହେବ ପଞ୍ଚୁକ