Amla Navami celebrated: ଅଁଳା ନବମୀ ତିଥିରେ ମା’ ରାଧାଙ୍କର ଓଡ଼ିଆଣୀ ବେଶ

Amla Navami celebrated: ଅଁଳା ନବମୀ ତିଥିରେ ମା’ ରାଧାଙ୍କର ଓଡ଼ିଆଣୀ ବେଶ

ଆଜି ଅଁଳା ନବମୀ । ପୁରୀ ଜିଲ୍ଲାର ସାକ୍ଷୀଗୋପାଳରେ ପ୍ରତିଷ୍ଠିତ ପ୍ରସିଦ୍ଧ ରାଧାକୃଷ୍ଣ ମନ୍ଦିରରେ ଶୁକ୍ରବାର ଦିନ ପ୍ରତ୍ୟୁଷରୁ ମା’ ରାଧାରାଣୀଙ୍କ ପାଦ ଦର୍ଶନ କରୁଛନ୍ତି ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ।

ବର୍ଷକୁ ଥରେ ମା’ ରାଧାରାଣୀଙ୍କୁ ଓଡ଼ିଆ ପରିବାରର ନବବଧୂ ବେଶରେ ଦେଖିବାକୁ ମିଳିଥାଏ । ଅଁଳା ନବମୀ ଦିନ ମା’ ରାଧାଙ୍କ ପାଦ ଦର୍ଶନ କଲେ ଅତ୍ୟନ୍ତ ଶୁଭ ।

ଗୁରୁବାର ବିଳମ୍ବିତ ରାତିରୁ ମନ୍ଦିର ବେଢ଼ାରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ରାତି ପ୍ରାୟ ଗୋଟାଏରୁ ଠାକୁରାଣୀଙ୍କ ନୀତି ଆରମ୍ଭ ହୋଇଥିଲା ।

ମଙ୍ଗଳ ଆରତୀ, ଅବକାଶ, ବେଶ, ମଇଲମ, ମର୍ଦ୍ଦନ ଅବକାଶ ଅନୁଷ୍ଠିତ ହୋଇଥିଲା । ନଟବର ବେଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ମଦନ ମୋହନ ଭୋଗ ଲାଗି କରାଯାଇଥିଲା ।

ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ମନ୍ଦିରରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।