ଶୀତରେ ଥରୁଛି ସାରା ଓଡିଶା

ସକାଳେ ଶାଢେ ୫ ସୁଦ୍ଧା ରାଜଧାନୀ….

ଶୀତରେ ଥରୁଛି ସାରା ଓଡିଶା। ସକାଳେ ଶାଢେ ୫ ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୧୪.୨ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି। ଗତକାଲି ଭୁବନେଶ୍ବରରେ ତାପମାତ୍ରା ୧୪.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ଏହା ସାମାନ୍ଯ ଖସିଛି। ସାରା ଓଡିଶା ସମେତ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଶୀତର ଲହରି ଜାରି ରହିଛି।

ଦିନକୁ ଦିନ ତଳମୁହାଁ ହେଉଛି ପାରଦ। ୩ ଦିନରେ ୧.୨ ଡିଗ୍ରୀ ସେଲସିଅସ ତାପମାତ୍ରା ଖସିଥିବା କୁହାଯାଉଛି। ଗତକାଲିର ରେକର୍ଡ ମୁତାବକ ୧୦ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିଲା।