ବଡ଼ଚଣା ଭାଜପା ପକ୍ଷରୁ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ ଓ ବନ୍ଦେ ମାତରଂ କାର୍ଯ୍ୟକ୍ରମ

ସମଗ୍ର ରାଜ୍ୟରେ ଭାରତୀୟ ଜନତାପାର୍ଟି ….

ବଡ଼ଚଣା :ସମଗ୍ର ରାଜ୍ୟରେ ଭାରତୀୟ ଜନତାପାର୍ଟି ପକ୍ଷରୁ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ବଡଚଣା ଭାଜପା ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବେ ପୂର୍ତ୍ତ ,ଆଇନ ଓ ଅବକାରୀ ବିଭାଗ ମନ୍ତ୍ରୀ ଯୋଗଦେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତି ଅବସରରେ ଦେଶ ମାତୃକା ପ୍ରତି ଆନୁଗତ୍ୟ ଭାବ ରଖିବା ସହ ଆମ ଦଶକୁ ଆତ୍ମନିର୍ଭର ଚିନ୍ତାଧାରା ପରି ପ୍ରକାଶ କରିବା ଆମର ଲକ୍ଷ୍ୟରେ ଆମେ ଅଗ୍ରସର ହେବା ବୋଲି ମନ୍ତବ୍ଯ ରଖିଥିଲେ। ମୂଖ୍ଯ ବକ୍ତା ଭାବେ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସନ୍ନ ଶତପଥି ଯୋଗଦେଇ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ତାଙ୍କ ଅଭିଭାଷଣରେ କହିଥିଲେ କୋଭିଡ ସମୟରେ ଆମ ପ୍ରୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରା ସ୍ଵଦେଶୀ ଜାଗରଣ ଆଜି ଆମେ ପନ୍ଦର ଲକ୍ଷ ଶିଳ୍ପ ପ୍ରତିଷ୍ଠା କରି ଆତ୍ମନିର୍ଭର ହେବାର ଅନନ୍ୟ ଉଦାହରଣ ଷୃଷ୍ଟି କରିପାରିଛନ୍ତି। ଯାହା ଫଳରେ ଅନେକ ନିଯୁକ୍ତି ଷୃଷ୍ଟି ହେବା ସହ ସ୍ଵଦେଶୀ ଦ୍ରବ୍ଯ ବ୍ୟବହାର କରିବାରେ ସୁଯୋଗ ଷୃଷ୍ଟି କରିପାରିଛୁ।ଏଥି ପାଇଁ ସ୍ଵତନ୍ତ୍ର ସଂକଳ୍ପ ପତ୍ର ପଠନ କରି ସାମୁହିକ ସପଥ ପାଠ ଓ ବନ୍ଦେ ମାତରଂ ଗାନ କରିଥିଲେ।

ବିଧାୟକ ଅମର କୁମାର ନାୟକଙ୍କ ସଭାପତିତ୍ବ କରି ଯୋଗଦେଇ ଥିବା ସମସ୍ତ କାର୍ଯ୍ଯକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହ ଏଭଳି ନିଆରା କାର୍ଯ୍ୟକ୍ରମ କରିବାରେ ଆମ କାର୍ଯ୍ଯକର୍ତ୍ତାଙ୍କ ଉଦ୍ୟମ ନିଶ୍ଚିନ୍ତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦାୟକ ହେବ।ମହାବିନାୟକ ନିକଟସ୍ଥ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ପାଞ୍ଚ ହଜାରରୁ ଉର୍ଦ୍ଧ କାର୍ଯ୍ଯକର୍ତ୍ତା ଯୋଗଦାନ କରିଥିଲେ।  ଅନ୍ୟମାନଙ୍କ ମଧ୍ଯରେ ଭାଜପା ଜିଲ୍ଲା ସଭାପତି ଦେବଜାନୀ ପ୍ରଧାନ,ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି,ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ଜିଲ୍ଲାପରିଷଦ ସଭ୍ଯ ଅରବିନ୍ଦ ସାମଲ, ଯଚିନ୍ଦ୍ର ନାୟକ, ମଣ୍ଡଳ ସଭାପତି ବିମଳ ପ୍ରସନ୍ନ ପ୍ରଧାନ, ମାନସ ରାଉତ ରାୟ,ଅଶୋକ ସିଂ,ମଣ୍ଡଳ ପ୍ରତିନିଧି ଲଲାଟେନ୍ଦୁ ମହାପାତ୍ର, ପ୍ରତାପ ଧଳ, ସୀତାନାଥ ବଳସାମନ୍ତ, ବିକାଶ ମହାପାତ୍ର, ରବିନ୍ଦ୍ର ରାଉତ, ରଞନ କୁମାର ଦାଶ, ବିପିନ ଜେନା,ଅମୀୟ ସାହାଣୀ,ବିଶ୍ୱବିଜୟୀ ବ୍ରହ୍ମ, ସୁଜିତ ଜେନା,ଚିନ୍ମୟୀ ସାହୁ,ବିନତୀ ଦାଶ,ଜ୍ୱୋଷ୍ନାରାଣୀ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ।ଏଥିରେ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ଯ, ପଂଚୟତ ପ୍ରମୂଖ, ସହ ପ୍ରମୂଖ ସହ ଶତାଧିକ କାର୍ଯ୍ଯକର୍ତ୍ତା ଯୋଗଦେଇ ଥିଲେ।ଶେଷରେ ଭାଜପା ଜିଲ୍ଲା ସମ୍ପାଦକ ପ୍ରମୋଦ କୁମାର ଜେନା  ଧନ୍ୟବାଦ ଅର୍ପଣ କରିଥିଲେ।