ସରସ୍ବତୀ ଶିଶୁ ମନ୍ଦିର ବଡ଼ବିଲର ଗୌରବମୟ ସଫଳତା ଶିକ୍ଷାବର୍ଷ

ବଡ଼ବିଲ ଏହି ବର୍ଷ ପୁଣିଥରେ ତାହାର ….

ବଡ଼ବିଲ : ୨୦୨୪–୨୦୨୫ସରସ୍ବତୀ ଶିଶୁ ମନ୍ଦିର, ବଡ଼ବିଲ ଏହି ବର୍ଷ ପୁଣିଥରେ ତାହାର ଶିକ୍ଷାର ମାନ, ଶୃଙ୍ଖଳା ଓ ସଂସ୍କାରକୁ ଉଜ୍ଜ୍ୱଳ କରୁଥିବା ଉଲ୍ଲେଖନୀୟ ସଫଳତା ଅଜ୍ଞାତ କରିଛି। ଶିକ୍ଷାବର୍ଷ ୨୦୨୪–୨୦୨୫ ମସିହାରେ ୫ମ,ଶ୍ରେଣୀରୁ ସରକାରୀବୃତ୍ତପରୀକ୍ଷାରେ୫ଜଣ ଶିଶୁଯୋଗଦେଇଥିଲେ ଏବଂ ଗର୍ବର ବିଷୟ ଯେ—ସମସ୍ତେ ବୃତ୍ତ ପ୍ରାପ୍ତ କରିଛନ୍ତି।
ବୃତ୍ତପ୍ରାପ୍ତ ଶିଶୁମାନେ,ସୁପ୍ରଭା ମଲିକ
,ପୁଣ୍ୟଶ୍ଳୋକ ମହାନ୍ତି,ଆଦ୍ୟାଶକ୍ତି ଈଶାନୀ ମହାନ୍ତି,ରୋଶନୀ ରାଉତ, ଭାଗ୍ୟଲକ୍ଷ୍ମୀ ମହାନ୍ତି
ଏହି ସଫଳତା ବିଦ୍ୟାଳୟର ଶିକ୍ଷା ପ୍ରଣାଳୀ, ପରିଶ୍ରମୀ ଶିକ୍ଷକମାନେ, ଶିଶୁମାନଙ୍କ ଦୃଢ଼ ସଙ୍କଳ୍ପ ଓ ଅଭିଭାବକମାନଙ୍କ ନିରନ୍ତର ସହଯୋଗର ଫଳ।
“ଆମ ଶିଶୁମାନଙ୍କ ଏହି ଅଦ୍ଭୁତ ସଫଳତା ବିଦ୍ୟାଳୟ ପାଇଁ ଅପାର ଗର୍ବର କ୍ଷଣ। ପ୍ରତ୍ୟେକ ଶିଶୁ ପରିଶ୍ରମ କରି ଏହି ମାନ ସ୍ଥାପନ କରିଛି। ଆମେ ଆଗାମୀ ଦିନରେ ଆଉ ଅଧିକ ଶିକ୍ଷାଗତ ଓ ସାଂସ୍କୃତିକ କୃତିତ୍ୱ ସୃଷ୍ଟି କରିବାକୁ ପ୍ରତିବଦ୍ଧ।”
“ବିଦ୍ୟାଳୟର ଶିକ୍ଷା, ଶୃଙ୍ଖଳା ଓ ଶିଶୁମାନଙ୍କୁ ଦେଉଥିବା ମୂଲ୍ୟବୋଧ ଆମକୁ ଅତ୍ୟନ୍ତ ସନ୍ତୋଷ ଦେଇଛି। ଶିକ୍ଷକମାନଙ୍କ ଶ୍ରମ ଛଡ଼ା ଏହି ସଫଳତା ସମ୍ଭବ ହେଉନଥାନ୍ତା।”
ଶିଶୁମାନଙ୍କୁ ଶିକ୍ଷାରେ ଦୃଢ଼ କରିବା
ନୈତିକତା, ସଂସ୍କାର ଓ ଦେଶଭକ୍ତିର ମୂଲ୍ୟବୋଧ ଦେଇ ସୁସଂସ୍କୃତ ନାଗରିକ ତିଆରି କରିବାଶିକ୍ଷା, କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସୃଜନଶୀଳତାରେ ନିରନ୍ତର ଅଗ୍ରଗତି ଆଣିବାବିଦ୍ୟାଳୟ ପକ୍ଷରୁ ସମସ୍ତ ବୃତ୍ତପ୍ରାପ୍ତ ଶିଶୁମାନଙ୍କୁ ହୃଦୟପୂର୍ବକ ଅଭିନନ୍ଦନ ଓ ଭବିଷ୍ୟତ ପାଇଁ ଅନେକ ଶୁଭେଚ୍ଛା।