T20 World Cup: ଜାରି ହେଲା ଟି-୨୦ ବିଶ୍ୱକପ ମ୍ୟାଚ୍‌ସୂଚୀ

ଭାରତ-ପାକିସ୍ତାନ ଲଢ଼େଇ, ରୋହିତ ଶର୍ମା କ୍ୟାପଟେନ

ଟି-୨୦ ବିଶ୍ୱକପରେ ପୁଣି ମୁହାଁମୁହିଁ…..

ଟି-୨୦ ବିଶ୍ୱକପରେ ପୁଣି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଫେବୃଆରୀ ୧୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ କଲୋମ୍ବୋରେ ଏହି ମ୍ୟାଚ୍‌ ଖେଳାଯିବ। ୨୦୨୫ ମହିଳା ଦିନିକିଆ ବିଶ୍ୱକପ ଭଳି ପାକିସ୍ତାନ ଟି-୨୦ ୱାର୍ଲ୍ଡ କପ ଖେଳିବାକୁ ଭାରତ ଆସିବ ନାହିଁ।

ଆସନ୍ତା ୨୦୨୬ ଟି-୨୦ ପୁରୁଷ ବିଶ୍ୱକପ ପାଇଁ ଆଇସିସି ପକ୍ଷରୁ ଜାରି ହୋଇଛି ମ୍ୟାଚ୍‌ସୂଚୀ । ଦୀର୍ଘ ୧୦ ବର୍ଷ ପରେ ଟି-୨୦ ବିଶ୍ୱକପ ଭାରତକୁ ଫେରିଛି। ୨୦୨୬ ଟି-୨୦ ବିଶ୍ୱକପର ଆୟୋଜନ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ କରୁଛନ୍ତି। ବିଶ୍ୱକପ ମ୍ୟାଚ୍‌ସୂଚୀ ଘୋଷଣା ସମୟରେ ଆଇସିସି ପକ୍ଷରୁ ରୋହିତ ଶର୍ମାଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି। ସେ ୨୦୨୬ ଟି-୨୦ ବିଶ୍ୱକପର ଆମ୍ବାସାଡାର ବା ଦୂତ ଭାବେ ନିଯୁକ୍ତି ପାଇଛନ୍ତି।

ଗ୍ରୁପ ଏ: ଭାରତ, ପାକିସ୍ତାନ, ଆମେରିକା, ନାମ୍ବିଆ ଓ ନେଦରଲ୍ୟାଣ୍ଡ୍ସ

ଗ୍ରୁପ ବି: ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଆୟର୍ଲ୍ୟାଣ୍ଡ, ଜିମ୍ବାୱେ ଓ ଓମାନ

ଗ୍ରୁପ ସି- ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ବାଂଲାଦେଶ, ନେପାଳ ଓ ଇଟାଲୀ

ଗ୍ରୁପ ଡି: ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ, କାନାଡା ଓ ୟୁଏଇ