ତିନିଜଣ ଜୁଆଡିଙ୍କୁ ଧରିଲା ପୁଲିସ୍‌

ଲଇକେରା ଥାନା ତିଲେଇମାଲ…

ଲଇକେରା: ଲଇକେରା ଥାନା ତିଲେଇମାଲ ପଂଚାୟତ କାଙ୍କକୁମର ଜଙ୍ଗଲରେ ଜୁଆ ଖେଳୁଥିବା ବେଳେ ଲଇକେରା ପୁଲିସ ମାଡି ବସିଲା । ଲଇକେରା ଥାନା ଅଧିକାରୀ ଦିଲିପ ବେହେରାଙ୍କ ପୁଲିସ ଟିମ୍ କାଙ୍କକୁମର ଜଙ୍ଗଲରେ ଜୁଆ ଖେଳ ହେଉଥିବାର ସୂଚନା ପାଇ ଚଢ଼ାଉ କରିଥିଲେ । ତାସ୍ ପତିରେ ଖେଳୁଥିବା ୩ ଜଣ ଜୁଆଡିଙ୍କୁ ମାଡି ବସିଥିଲା ପୁଲିସ ଟିମ୍ । ଜୁଆଡ଼ିଙ୍କ ନିକଟରୁ ୬ ହଜାର ୬୩୦ ଟଙ୍କା, ତିନି ସେଟ୍ ତାସ୍ ପତି ଓ ୬ଟି ମୋଟର ସାଇକେଲ ଜବତ କରିଥିଲେ । ଅଭିଯୁକ୍ତ ଜୁଆଡିମାନେ ହେଲେ ସମ୍ବଲପୁର ଜିଲ୍ଲା ବାମରା ଥାନା ଗୋବିନ୍ଦପୁର ଅଂଚଳର ରଞ୍ଜିତ, ବିକାସ ପ୍ରସାଦ, ଓ ବିପ୍ଳବ ସରକାର । ଅନ୍ୟ ଜୁଆଡିମାନେ ପୁଲିସକୁ ଦେଖି ଜଙ୍ଗଲ ଭିତରକୁ ପଳାୟନ କରିଥିଲେ । ଲଇକେରା ଥାନାରେ ଏକ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।