ଜେଲ ଗଲେ ଆକାଶ ପାଠକ

ଭୁବନେଶ୍ବର (ଏସ୍ ନ୍ଯୁଜ ): ଅର୍ଥ ଠକେଇ ମାମଲାରେ ଗିରଫ ହୋଇଥିବା ଆକାଶ ପାଠକଙ୍କ ରିମାଣ୍ଡ ଅବଧି ସମାପ୍ତ ହୋଇଯାଇଛି । ଆଜି ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି।କିଛିଦିନ ପୂର୍ବରୁ କମିଶନରେଟ ପୋଲିସ ଆକାଶଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଥିଲା ।

ତେବେ ଆକାଶଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ କମିଶନରେଟ ପୋଲିସ ଆକାଶକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରିଥିଲା । ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।

ଏଠାରେ ଉଲ୍ଲେଖ ଥାଉକି,ଆକାଶ ନିଜକୁ ଟାଟା ମୋଟର୍ସର ଏମଡି ପରିଚୟ ଦେଇ ସ୍କାଏକିଙ୍ଗ ଟ୍ରାଭେଲସ ଏଜେନ୍ସିରୁ ଚାର୍ଟର ବିମାନ ବୁକିଂ କରୁଥିଲେ । ବିମାନ ଭଡ଼ା କିଛି ଦେଇ ଆଉ କିଛି ବକେୟା ରଖିଥିଲେ । ଅର୍ଥ ଫେରସ୍ତ ପାଇଁ ମାଗିବାରୁ ଆକାଶ ଧମକ ଚମକ ଦେଉଥିବା ସ୍କାଏକିଙ୍ଗ ତରଫରୁ ଅଭିଯୋଗ କରାଯାଇଥିଲା ।ତେବେ ରିମାଣ୍ଡ ସମୟରେ କମିଶନରେଟ ପୋଲିସ ଆକାଶଙ୍କୁ ଜେରା କରିଥିଲା । ଜେରାରେ ପୋଲିସ ଆଗରେ କିଛି ସ୍ୱୀକାର କରିନଥିବା ଆକାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି।