ଭୁବନେଶ୍ୱର: ଚଳିତ ଡିସେମ୍ବର ମାସ ୧୩ତାରିଖରେ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଡିସେମ୍ବର ୧୩ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତଲିସ୍ଯୋଗ୍ୟ), ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ରାଜସ୍ୱ, ମୋଟର ଯାନ ଦୁର୍ଘଟଣା, ଶ୍ରମ ଓ ନିଯୁକ୍ତି, ବିଦ୍ୟୁତ, ଜଳ ଓ ଟେଲିଫୋନ୍ ଦେୟ, ବ୍ୟାଙ୍କ ଋଣ ଅନାଦେୟ, ବୈବାହିକ ବିବାଦ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା ଓ ଅବସରକାଳୀନ ପ୍ରାପ୍ୟ) ଓ ସମସ୍ତ ପ୍ରକାରର ଦେୱାନି ମାମଲାମାନ ଆପୋଷ ସହମତି ଭାବରେ ସମାଧାନ କରାଯାଇପାରିବ । ଲୋକ ଅଦାଲତରେ ମୋକଦ୍ଦମା ଫଇସଲା ପାଇଁ ପକ୍ଷମାନଙ୍କୁ କୌଣସି ଆର୍ôଥକ ଖର୍ଚ୍ଚର ଆବଶ୍ୟକତା ପଡ଼େ ନାହିଁ । ଲୋକ ଅଦାଲତର ରାୟ ଚୂଡ଼ାନ୍ତ ଓ ବୈଧ ଅଟେ । ଯଦି କୌଣସି ବିଚାରାଧିନ ମାମଲା ଲୋକ ଅଦାଲତ ମାଧ୍ୟମରେ ସମାଧାନ ହୁଏ ତେବେ ଆଗରୁ ପୈଠ କରାଯାଇଥିବା କୋର୍ଟ ଫି ମଧ୍ୟ ଫେରସ୍ତ ହୋଇପାରିବ ।
ଦୀର୍ଘ ଦିନ ଧରି ଚାଲିଥିବା ମୋକଦ୍ଦମାଗୁଡ଼ିକର ସହଜ ସମାଧାନ, ଆର୍ôଥକ ଖର୍ଚ୍ଚ ଓ ସମୟ ଅପଚୟରୁ ବର୍ତ୍ତିବା ପାଇଁ ଏହି ସୁଯୋଗର ସଦୁପଯୋଗ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ଏଣୁ ଜନସାଧାରଣ ଏହି ଲୋକ ଅଦାଲତର ସାହାଯ୍ୟ ନିଅନ୍ତୁ ଏବଂ ନିଜ ନିଜର ମାମଲାକୁ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପଞ୍ଜିକରଣ କରାଇ ଏହାର ସୁବିଧାସୁଯୋଗ ଆପଣାଇ ନେବାକୁ ନତୁବା ନିକଟସ୍ଥ ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।