ତିନିଦିନ ଭିତରେ ସ୍ୱାଭାବିକ ହେବ ବିମାନ ସେବା

ଦେଶର ବିଭିନ୍ନ ସ୍ଥାନରେ ଇଣ୍ଡିଗୋର …

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଇଣ୍ଡିଗୋର ବିମାନ ସେବା ବାଧାପ୍ରାପ୍ତ ହେବା ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ବିବୃତି ରଖିଛନ୍ତି । ସେ କହିଛନ୍ତି, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିଭିନ୍ନ ବିମାନ କାର୍ଯ୍ୟସୂଚୀ, ବିଶେଷ କରି ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ସେବାରେ ଦେଖା ଦେଇଥିବା ବ୍ୟାଘାତକୁ ସମାଧାନ କରିବା ପାଇଁ ଜରୁରୀ ଏବଂ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି ।

ବେସାମରିକ ବିମାନ ଚଳାଚଳ ମହା ନିର୍ଦ୍ଦେଶାଳୟ (ଡିଜିସିଏ)ର ଫ୍ଲାଇଟ୍ ଡ୍ୟୁଟି ସମୟ ସୀମା (ଏଫ୍‌ଡିଟିଏଲ୍‌) ନିର୍ଦ୍ଦେଶକୁ ତୁରନ୍ତ ସ୍ଥଗିତ ରଖାଯାଇଛି । ବିମାନ ସୁରକ୍ଷା ସହିତ କୌଣସି ସାଲିସ ନକରି, ଏହି ନିଷ୍ପତି କେବଳ ଯାତ୍ରୀ, ବିଶେଷ କରି ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ରୋଗୀ ଏବଂ ଜରୁରୀ ଆବଶ୍ୟକତା ପାଇଁ ସମୟୋଚିତ ବିମାନ ଯାତ୍ରା ଉପରେ ନିର୍ଭର କରୁଥିବା ଅନ୍ୟମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଆଯାଇଛି । ସାଧାରଣ ବିମାନ ସେବା ଯଥାଶୀଘ୍ର ସ୍ୱାଭାବିକ କରିବା ଏବଂ ଯାତ୍ରୀମାନଙ୍କ ଅସୁବିଧାକୁ ଯଥେଷ୍ଟ ହ୍ରାସ କରିବା ପାଇଁ ଅନେକ କାର୍ଯ୍ୟକାରିତା ଯୋଗ୍ୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶାବଳୀର ତୁରନ୍ତ କାର୍ଯ୍ୟକାରିତାକୁ ଆଧାର କରି, ଆସନ୍ତା କାଲି ସୁଦ୍ଧା ବିମାନ ସମୟ ସୂଚୀ ସ୍ଥିର ହେବା ଆରମ୍ଭ ହେବ ଏବଂ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ତିନି ଦିନ ମଧ୍ୟରେ ସେବାଗୁଡ଼ିକର ସ୍ୱାଭାବିକ ହେବ ।