ମହିଳାଙ୍କ ଠାରୁ ସୁନା ଚେନ୍‌ ଲୁଟ

ଘର ଭଡ଼ା ବାହାନାରେ ମହିଳାଙ୍କ ସୁନା ଚେନ …

ମୁନିଗୁଡା: ଘର ଭଡ଼ା ବାହାନାରେ ମହିଳାଙ୍କ ସୁନା ଚେନ ଲୁଟି ଦୃର୍ବୁତ୍ତ ମାନେ ଫେରାର ହୋଇ ଯାଇଥିବା ବେଳେ ଘଟଣାକୁ ନେଇ ପରିବାର ପକ୍ଷରୁ ମୁନିଗୁଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି। ମୁନିଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ସ୍ଥାନରେ ଲଗାଯାଇଥିବା ସିଶି ଟିଭି କ୍ୟାମେରା ଯାଞ୍ଚ କରିଛି। ପୋଲିସ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ ଆଜି ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନି କୁକୁର ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ପାରିପାର୍ଶିକ ପରିସ୍ଥିତି ଉପରେ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି। ଲୁଟେରା ମାନେ ଘଟଣା ସ୍ଥଳରେ ହାତ ପିନ୍ଧା ଘଣ୍ଟା ଛାଡ଼ି ଚାଲି ଯାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ମୁନିଗୁଡା ଗୁଣ୍ଡିଚା ନଗର ଛକ ନିକଟ ଅଜୟ କୁମାର ରାଉତ ଘରେ ନଥିବା ବେଳେ ଅଜୟଙ୍କ ସ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ରାଉତ ଘରେ ଏକୁଟିଆ ଥିବା ସମୟରେ ଦୁଇଜଣ ଦୁର୍ବୁତ୍ତ ଘର ଭଡା ନେବା କହି କବାଟ ବାଡେଇବା ପରେ ଘରେ ପଶି ଅର୍ଣ୍ଣପୂର୍ଣ୍ଣାଙ୍କୁ ବେକରେ ଛୁରୀ ଲଗାଇ ସୁନା ଚେନ ଲୁଟିନେଇଛନ୍ତି। ଦୁର୍ବୁତ୍ତଙ୍କ ଛୁରୀ ଆକ୍ରମଣରେ ଅର୍ଣ୍ଣପୂର୍ଣ୍ଣାଙ୍କ ହାତର ତିନୋଟି ଆଙ୍ଗୁଠିରେ କ୍ଷତ ହୋଇଛି। ଏ ବାବଦରେ ମୁନିଗୁଡ଼ା ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।