କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇ ଦିଆଯିବା ପ୍ରସଙ୍ଗରେ କଂଗ୍ରେସ କ୍ଷୋଭ ପ୍ରକାଶ କରିଛି। କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ପାଦେ ଆଗେଇ ଆସି ଭାରତୀୟ ନୋଟ୍ ଉପରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇ ଦମ୍ ଦେଖାଅ ବୋଲି ବିଜେପିକୁ ଏକପ୍ରକାର ଚାଲେଞ୍ଜ କରିଛନ୍ତି। ଶିବକୁମାରଙ୍କ ଚାଲେଞ୍ଜ ପ୍ରତି ଗୁରୁତ୍ୱାରୋପ କରି ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ତାଙ୍କ ପ୍ରତିକ୍ରିୟାରେ ବିଜେପି ସେହି କାମଟିକୁ ବହୁ ଆଗରୁ ଆରମ୍ଭ କରିସାରିଛି କହିଛନ୍ତି। ପବନ କଲ୍ୟାଣ କେନ୍ଦ୍ର ସରକାରଙ୍କ ୟୁପିଆଇ ସିଷ୍ଟମକୁ ଉଦାହରଣ ରୂପେ ଦର୍ଶାଇଛନ୍ତି। ସେ କହିଛନ୍ତି, ଆଉ କିଛିଦିନ ଅପେକ୍ଷା କରନ୍ତୁ, ଆପଣଙ୍କ ପକେଟରେ ଆଉ ଭାରତୀୟ ମୁଦ୍ରା ଦେଖିବାକୁ ମିଳିବନି। ପାଖରେ ଗୋଟିଏ ମୋବାଇଲ ଥିଲେ ସବୁ କିଛି ସହଜରେ କିଣାବିକା ହୋଇପାରିବ।