ଦୋକାନ ଭିତରେ ସଂଘବଦ୍ଧ ଆକ୍ରମଣ, ଯୁବକ ଗିରଫ

ଦୋକାନ ଭିତରେ ପଶି ସଂଘବଦ୍ଧ ଆକ୍ରମଣ ଘଟଣାରେ …

ଦୋକାନ ଭିତରେ ପଶି ସଂଘବଦ୍ଧ ଆକ୍ରମଣ ଘଟଣାରେ ମଞ୍ଚେଶ୍ୱର ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ଏବେ ବି ଏକାଧିକ ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ମୈତ୍ରୀବିହାର ଥାନା ନିକଟସ୍ଥ ସାଲିଆସାହିର ରଞ୍ଜିତ ଖିଲାର ଓରଫ ଟିକି(୨୩)। ଅଭିଯୋଗକାରିଣୀଙ୍କ ଲିଖିତ ରିପୋର୍ଟ ଆଧାରରେ, ତା. ୨୭.୧୨.୨୦୨୫ ରେ ମୈତ୍ରିବିହର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତ୍ରି ସାଢେ଼ ୭ଟା ସମୟରେ ଅଭିଯୋଗକାରିଣୀଙ୍କ ପାଳିତ ପୁଅ ସଦାଶିବ ମହାରଣା ଶକ୍ତି ବିହାର ସାଲିଆସାହିରେ ଥିବା ତାଙ୍କ ଭେରାଇଟି ଦୋକାନ ସମ୍ମୁଖରେ ଠିଆ ହୋଇଥିଲେ। ସେହି ସମୟରେ ମଙ୍ଗୁ ସାହୁ, ତାଙ୍କ ସାନ ଭାଇ ରତନା ସାହୁ ଓରଫ୍‍ ଗୁଣୁ, ଅଭିଯୁକ୍ତ ରଞ୍ଜିତ କହଁର ଓରଫ୍‍ ଟିକି ଓ ସେମାନଙ୍କ ସହଯୋଗୀ ବାଦଲ ସହ ୧୫ ରୁ ୨୦ ଜଣ ଯୁବକ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ସଦାଶିବ ମହାରଣାଙ୍କୁ ଧରି ଆକ୍ରମଣ କରି ଦୋକାନ ସମ୍ମୁଖରୁ ଟାଣିନେଇ ଯାଇଥିଲେ। ଅଭିଯୋଗକାରିଣୀ ଏହାକୁ ବାରଣ କରିବାକୁ ଚେଷ୍ଟା କରିବା ସମୟରେ ଅଭିଯୁକ୍ତମାନେ ତାଙ୍କୁ ଅଶ୍ଳୀଳ ଓ ଅସଭ୍ୟ ଭାଷାରେ ଗାଳିଗଲଜ କରିଥିଲେ। ପରେ ସେମାନେ ଜୋରଜବରଦସ୍ତ ଭାବେ ଦୋକାନରେ ପ୍ରବେଶ କରି ଅଭିଯୋଗକାରିଣୀଙ୍କୁ ତଳେ ପକାଇ ଦେଇ କଂକ୍ରିଟ୍‍ ପଥରରେ ହତ୍ୟା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ । ଯେଉଁଥିରେ ତାଙ୍କ ମୁଣ୍ଡରୁ ଗୁରୁତର ରକ୍ତସ୍ରାବ ହୋଇଥିଲା। ତାଙ୍କ ପାଳିତ ପୁଅଙ୍କୁ ମଧ୍ୟ ପଥରରେ ଆକ୍ରମଣ କରାଯାଇ ରକ୍ତାକ୍ତ ଆଘାତ ସୃଷ୍ଟି ହୋଇଥିଲା। ଅଭିଯୁକ୍ତମାନେ ଦୋକାନରେ ଭଙ୍ଗାରୁଜା କରି ଭିତରେ ରଖାଯାଇଥିବା ସାମଗ୍ରୀ ନଷ୍ଟ କରିଥିଲେ ଏବଂ ଦୋକାନରୁ ରଖାଯାଇଥିବା ୨୦ ହଜାର ଟଙ୍କା ନଗଦ ଲୁଟି ନେଇଥିଲେ। ଅଭିଯୁକ୍ତମାନେଅପରାଧିକ ବଳ ପ୍ରୟୋଗ କରି ଅଭିଯୋଗକାରିଣୀଙ୍କ କାନର ଅଳଙ୍କାରକୁ ଜୋରଜବରଦସ୍ତି ଛଡ଼ାଇ ନେଇଥିଲେ। ଘଟଣା ପରେ ଅଭିଯୋଗକାରିଣୀ ଓ ତାଙ୍କ ପାଳିତ ପୁଅ ଡାକ୍ତରୀ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଇଥିଲେ। ଆହୁରି ଅଭିଯୋଗ ହୋଇଥିଲା ଯେ ଡାକ୍ତରଖାନାରୁ ଫେରୁଥିବା ସମୟରେ ରତନା ସାହୁ ଓରଫ୍‍ ଗୁଣୁ ଓ ମଙ୍ଗୁ ସାହୁ ଅଭିଯୋଗକାରିଣୀଙ୍କ ପାଳିତ ପୁଅ ଓ ଝିଅଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇଥିଲେ ଏବଂ ସେମାନେ ଯେଉଁଠାରେ ରହିବେ ସେଠାରୁ ଉଠାଇ ନେଇ ହତ୍ୟା କରାଯିବ ବୋଲି କହିଥିଲେ। ଏହାପରେ ଅଭିଯୋଗକାରିଣୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କ ଲିଖିତ ରିପୋର୍ଟ ଦାଖଲ କରିଥିଲେ। ତଦନ୍ତରୁ ଜଣାପଡିଛି ଯେ ଅଭିଯୋଗକାରିଣୀ ସାଲିଆସାହି, ଶକ୍ତି ବିହାର ଅଞ୍ଚଳରେ ଏକ ଭେରାଇଟି ଦୋକାନ ଚଳାଉଥିଲେ। ଅଭିଯୁକ୍ତମାନଙ୍କ

ସହଯୋଗୀମାନେ ତାଙ୍କ ପାଳିତ ପୁଅଙ୍କ ଉପରେ କରିଥିବା ଆପତ୍ତିଜନକ ମନ୍ତବ୍ୟକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ଝଗଡ଼ା ପରେ ଏହି ଘଟଣା ଘଟିଥିବା ଜଣାପଡିଛି । ଯାହା ପରେ ଏହା ଗୋଷ୍ଠୀ ଆକ୍ରମଣ, ହତ୍ୟା ଉଦ୍ୟମ, ଡକାୟତି ଏବଂ ଅପରାଧିକ ଧମକର ରୂପ ନେଇଥିଲା। ଏକଚଢ଼ାଉଜରିଆରେଅଭିଯୁକ୍ତରଞ୍ଜିତକୁକାବୁ କରାଯାଇଥିଲା। ଅଭିଯୁକ୍ତ ରଞ୍ଜିତ କାନହାର ଓରଫ୍ଟିକିଙ୍କ ପୂର୍ବ ଅପରାଧିକ ଯାଞ୍ଚରୁ ଜଣାପଡ଼ିଛି ଯେ ସେ ଜଣେ ଅଭ୍ୟାସଗତ ଅପରାଧୀ ଓ ପୂର୍ବରୁ ମୈତ୍ରିବିହାର, ନୟାପଲ୍ଲୀ ଏବଂ ସହିଦନଗର ଥାନାରେ ରୁଜୁ ହୋଇଥିବା ମୋଟ ୮ଟି ଅପରାଧିକ ମାମଲାରେ ଜଡିତ ରହିଛି। ପ୍ରାଥମିକ ପ୍ରମାଣ ସୁଦୃଢ଼ ଭାବେ ପ୍ରତିଷ୍ଠତ ହୋଇଥିବାରୁ ସମସ୍ତ ଆଇନଗତ ଔପଚାରିକତା ପୂରଣ କରି ଅଭିଯୁକ୍ତ ରଞ୍ଜିତ କହଁରଙ୍କୁ ଗିରଫ କରାଯାଇ ଆଜି କୋର୍ଟକୁ ଚାଲାଣ କରାଯାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି।